27.1 C
Bhubaneswar
Thursday, April 25, 2024
Homeଓଡିଶାନିଖୋଜ ଯୁବକଙ୍କ ମୃତଦେହ ଠାବ

ନିଖୋଜ ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଯାଜପୁରର ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତର କୁଳ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା | ଏଠାରେ ଜଣେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ତାଙ୍କ ନିଜ ବାଡ଼ି ପୋଖରୀରୁ ମୃତଦେହକୁ ପୁଲିସ ଉଦ୍ଧାର କରିଥିବାର ଜଣା ପଡିଛି । ତେବେ ମୃତକ ଜଣକ ଅରବିନ୍ଦ ନନ୍ଦ ବୋଲି ସୂଚନାରୁ ଜଣା ପଡିଛି ।
ସୂଚନା ମୁତାବକ, ଗାଁର ବୁନ ନନ୍ଦଙ୍କ ବଡ଼ ପୁଅ ଅରବିନ୍ଦ ନନ୍ଦ (୨୫) ଗତ ୨୬ ତାରିଖଠୁ ନିଖୋଜ ଥିବାର ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ହେଲେ ଆଜି ସକାଳୁ ନିଜଘର ବାଡ଼ି ପଛ ପଟରେ ଥିବା ପୋଖରୀରେ ମୃତ ଶରୀର ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ସେଇ ମୃତ ଦେହ ନିଜର ପୁଅ ବୋଲି ଜଣାପଡିବା ପରେ ଘରେ ଏବଂ ଗାଁରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking