24.1 C
Bhubaneswar
Monday, May 13, 2024
Homeମନୋରଞ୍ଜନଅର୍ଜୁନ କପୁରଙ୍କ ଫିଲ୍ମ ‘କୁତେ’ର ନୂଆ ରିଲିଜ୍ ତାରିଖ ଘୋଷଣା

ଅର୍ଜୁନ କପୁରଙ୍କ ଫିଲ୍ମ ‘କୁତେ’ର ନୂଆ ରିଲିଜ୍ ତାରିଖ ଘୋଷଣା

ମୁମ୍ବାଇ : ଅର୍ଜୁନ କପୁର ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି। ଏବେ ଅର୍ଜୁନ କପୁର ନିଜ ଫିଲ୍ମ ‘କୁତେ’କୁ ନେଇ ସବୁଠି ଛାଇ ରହିଛନ୍ତି। ଏହି ଫିଲ୍ମକୁ ନେଇ ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତାମାନେ ଫିଲ୍ମ ‘କୁତେ’ର ରିଲିଜ ଡେଟ୍ ବିଷୟରେ କହିଛନ୍ତି।
କହି ରଖୁଛୁ କି, ଅର୍ଜୁନ କପୁରଙ୍କ ଏହି ଫିଲ୍ମରେ ଅନେକ ଷ୍ଟାର ନଜର ଆସିବାକୁ ଯାଉଛନ୍ତି। ବଲିଉଡର ଭେଟେରାନ ଫିଲ୍ମ ନିର୍ମାତା ତଥା ସଙ୍ଗୀତକାର ବିଶାଲ ଭରଦ୍ୱାଜଙ୍କ ପୁଅ ଆକାଶ ଭରଦ୍ୱାଜ ବଲିଉଡ ଇଣ୍ଡଷ୍ଟ୍ରୀରେ ନିର୍ଦ୍ଦେଶକ ଭାବରେ ପାଦ ରଖିବାକୁ ଯାଉଛନ୍ତି। ଆକାଶ ଭରଦ୍ୱାଜଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ପ୍ରଥମ ଫିଲ୍ମ ଆସନ୍ତା ବର୍ଷ ୨୦୨୩ରେ ସିନେମାଘରେ ରିଲିଜ୍ ହେବ। ଏହି ଫିଲ୍ମରେ ଅର୍ଜୁନ କପୁର, ନାସିରୁଦ୍ଦିନ ଶାହ ମୁଖ୍ୟ ଭୂମିକାରେ ନଜର ଆସିବେ।
ଅର୍ଜୁନ କପୁରଙ୍କ ଆଗାମୀ ଫିଲ୍ମ ‘କୁତେ’ ନିଜର ନାମ ଯୋଗୁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫିଲ୍ମ ସହ ଜଡିତ ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା, ଯାହା ସୋସିଆଲ ମିଡିଆରେ ଆସିବା କ୍ଷଣି ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ମୁଖ୍ୟ ଭୂମିକାରେ ଅର୍ଜୁନ କପୁର ଓ ନାସିରୁଦ୍ଦିନ ଶାହ ନଜର ଆସିବେ। ଲଭ୍ ରଞ୍ଜନଙ୍କ ପ୍ରଡକ୍ସନ୍ ହାଉସ୍ ତରଫରୁ ସୋମବାର ସକାଳେ ଏକ ଟ୍ଵିଟ୍ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି, ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୩ରେ ରିଲିଜ୍ ହେବ।
ପ୍ରଥମେ ଖବର ଆସିଥିଲା କି, ଅର୍ଜୁନ କପୁରଙ୍କ ଏହି ଫିଲ୍ମ ଚଳିତ ବର୍ଷ ୪ ନଭେମ୍ବରରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ପରେ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। କହି ରଖୁଛୁ କି, ୪ ନଭେମ୍ବରରେ ବକ୍ସ ଅଫିସରେ ୩ଟି ଫିଲ୍ମ ‘ଫୋନ୍ଭୂତ’, ‘ମିଲି’ ଓ ‘ଡବଲ୍ ଏକ୍ସଏଲ୍’ ମୁକ୍ତିଲାଭ କରିଥିଲା। ଫିଲ୍ମ ‘କୁତେ’ରେ ଅର୍ଜୁନ କପୁରଙ୍କ ବ୍ୟତୀତ ତବୁ, କୁମୁଦ ମିଶ୍ରା, କୋଙ୍କଣା ସେନ୍ ଶର୍ମା, ରାଧିକା ମଦାନ, ଶାର୍ଦ୍ଦୁଲ ଭରଦ୍ୱାଜ ଓ ନାସିରୁଦ୍ଦିନ ଶାହଙ୍କ ଭଳି କଳାକାର ନଜର ଆସିବାକୁ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking