29.1 C
Bhubaneswar
Thursday, January 23, 2025
Homeକରୋନାଓମିକ୍ରନ ପରେ ଏବେ ପୁଣି ଡରାଇଲାଣି ନୂଆ ଭାରିଆଣ୍ଟ ବିଏ-୨, ଏହି ରାଜ୍ୟରେ ମାଡ଼ିଚାଲିଛି ସଂକ୍ରମଣ

ଓମିକ୍ରନ ପରେ ଏବେ ପୁଣି ଡରାଇଲାଣି ନୂଆ ଭାରିଆଣ୍ଟ ବିଏ-୨, ଏହି ରାଜ୍ୟରେ ମାଡ଼ିଚାଲିଛି ସଂକ୍ରମଣ

ନୂଆଦିଲ୍ଲୀ : ମୁମ୍ବାଇ ଓ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଟିକିଏ କମିଥିଲେ ହେଁ ଏବେ ପୁଣି କେତେକ ରାଜ୍ୟରେ ଡରାଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆଜି କହିଛି ଯେ, ଦେଶରେ ଏବେ ୨୨,୦୨,୪୭୨ ସକ୍ରିୟ ମାମଲା ରହିଛି । ଗତ ସପ୍ତାହରେ ପଜିଟିଭ ହାର ୧୭.୭୫ ପ୍ରତିଶତ ରହିଥିଲା । ଏବେ କୋଭିଡର ନୂଆ ଭାରିଆଣ୍ଟ ବା ଓମିକ୍ରନର ସବ ଭାରିଏଣ୍ଟ ବିଏ-୨ ଅଧିକ ବେଗରେ ବଢ଼ି ଚାଲିଛି । ଏବେ ଦେଶରେ ଏହି ନୂଆ ଭାରିଆଣ୍ଟର ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁରେ ଏବେ ବି ଲକ୍ଷେରୁ ଦୁଇ ଲକ୍ଷ ସକ୍ରିୟ ମାମଲା ରହିଛି । ଦେଶର ୫୫୧ ଜିଲ୍ଲାରେ ପଜିଟିଭ ମାମଲା ୫ ପ୍ରତିଶତରୁ ଅଧିକ ରହିଛି । ଗତ ସପ୍ତାହରେ ଦେଶରେ ପ୍ରତିଦିନ ପ୍ରାୟ ୩ ଲକ୍ଷ ମାମଲା ରେକର୍ଡ କରାଯାଇଛି । ଦେଶରେ ଏବେ ବି ସଂକ୍ରମଣ ବହୁତ ରହିଛି । ଏବେ କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଓମିକ୍ରନର ସବ୍ ଭାରିଏଣ୍ଟ ବିଏ-୨ ଦ୍ରୁତ ବେଗରେ ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ରହିବାକୁ ଚେତାବନୀ ଦେଇଛି ।
ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଟିକାକରଣ ଯୋଗୁଁ ଚଳିତ ୩ୟ ଲହରରେ ମୃତକ ଓ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ୨ୟ ଓ ୩ୟ ଲହର ମଧ୍ୟରେ ତୁଳନା କରି ସେ କହିଛନ୍ତି ଯେ, ୭ ମେ, ୨୦୨୧ରେ ୨ୟ ଲହର ଶିଖର ଛୁଇଁଥିଲା । ସେହିଦିନ ୪ ଲକ୍ଷ ୧୪ ହଜାର ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୬୭୯ ଜଣ ମୃତ୍ୟୁବରଣ କରିଥିଲେ । ୩ୟ ଲହରରେ ଗତ ୨୧ ଜାନୁଆରିରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ମାତ୍ର ୪୩୫ ଜଣ ମୃତ୍ୟୁବରଣ କରିଥିଲେ । ଦେଶରେ ଏବେ ୭୫ ପ୍ରତିଶତ ସଂପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତି ଥିବାରୁ ସଂକ୍ରମଣର ଜଟିଳତା ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking