34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମୃତ୍ୟୁ ପୂର୍ବରୁ ବିକଳ ହେଉଥିଲେ ବଞ୍ଚିବାକୁ, ହେଲେ ବଞ୍ଚି ପାରିଲେନି: ପରିବାର ପାଇଁ ଲେଖିଗଲେ ଭାବୁକ...

ମୃତ୍ୟୁ ପୂର୍ବରୁ ବିକଳ ହେଉଥିଲେ ବଞ୍ଚିବାକୁ, ହେଲେ ବଞ୍ଚି ପାରିଲେନି: ପରିବାର ପାଇଁ ଲେଖିଗଲେ ଭାବୁକ ବାର୍ତ୍ତା….

ୱାଶିଂଟନ୍ : ଆମେରିକାର ଲସ୍ ଏଞ୍ଜେଲସରେ ରହୁଥିବା ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କର କୋଭିଡ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି । କିନ୍ତୁ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ନିଜ ପରିବାରକୁ ଏମିତି ଏକ ବାର୍ତ୍ତା ଲେଖିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପରିବାର ଲୋକେ ଏହି ନୋଟକୁ ସାର୍ବଜନୀନ କରି ଦେଇଛନ୍ତି ଏବଂ ଏବେ ଏହି ମାମଲା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ଏହି ବ୍ୟକ୍ତି କୋଭିଡ-୧୯ ଟିକାକୁ ନେଇ ଏକ ବଡ଼ କଥା କହିଛନ୍ତି । ସେ ମୃତ୍ୟୁ ପୂର୍ବରୁ ତାଙ୍କ ୩ ବର୍ଷର ପୁଅର ଯତ୍ନ ନେବାକୁ ମଧ୍ୟ ତାଙ୍କ ଭାଇଙ୍କୁ ନିବେଦନ କରିଛନ୍ତି । ଲସ୍ ଏଞ୍ଜେଲସରେ ରହୁଥିବା ଖ୍ରୀଷ୍ଟିଆନ କାବ୍ରେରା ଖ୍ରୀଷ୍ଟମାସ ସମୟରେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । ଧୀରେ ଧୀରେ ଏହି ସଂକ୍ରମଣ ତାଙ୍କ ଫୁସଫୁସରେ ବ୍ୟାପି ଯାଇଥିଲା ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଥିଲା । ପାଖାପାଖି ୧ ମାସ ପର୍ଯ୍ୟନ୍ତ ଚିକିତ୍ସା ଚାଲିବା ପରେ ୨୨ ଜାନୁଆରୀରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ପାଇଁ ଏକ ବାର୍ତ୍ତା ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଯେ ‘ମୋତେ କୋଭିଡ୍ ଭ୍ୟାକ୍ସିନ ଲଗାଯାଇ ନାହିଁ, ଯାହାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ଯଦି ମୁଁ ଏହା କରି ପାରନ୍ତି, ତ ନିଶ୍ଚିତ ଭାବରେ ମୋ ଜୀବନ ରକ୍ଷା କରି ପାରନ୍ତି । ମୁଁ ଏଠାରେ ମୋ ଜୀବନ ଯୁଦ୍ଧରେ ଲଢ଼ୁଛି । ଏମିତି ହୁଅନ୍ତା କି, ମୁଁ ଭ୍ୟାକ୍ସିନ ନେଇ ଯାଆନ୍ତି’ । ତାଙ୍କ ଭାଇ କହିଛନ୍ତି ଯେ, ତାଙ୍କୁ ଏହା କହିବାକୁ ବହୁତ ଦୁଃଖ ଲାଗୁଛି କି, ଖ୍ରୀଷ୍ଟିଆନ କାବ୍ରେରା କୋଭିଡ ନିମୋନିଆ ବିରୋଧରେ ନିଜର ଲଢ଼େଇରେ ହାରି ଯାଇଛନ୍ତି ଏବଂ ତାଙ୍କର ନିଧନ ହୋଇ ଯାଇଛି’ । ସେପଟେ ପରିବାର ଲୋକେ ତାଙ୍କ ୩ ବର୍ଷର ପୁଅର ଦେଖାଶୁଣା ପାଇଁ ଲୋକଙ୍କଠାରୁ ଆର୍ôଥକ ସହାୟତା ଲୋଡ଼ିଛନ୍ତି । ବର୍ତ୍ତମାନ ତାଙ୍କର ଏହି ନୋଟ୍ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ଆମେରିକାର ଲସ୍ ଏଞ୍ଜେଲସ ସହରରେ କରୋନା ପିକ୍ ଚାଲି ଗଲାଣି, ହେଲେ ତଥାପି ଏଠାରେ ବଡ଼ ସଂଖ୍ୟାରେ ସଂକ୍ରମଣ ମାମଲା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking