ଭୁବନେଶ୍ୱର : କୁକୁର ପାଳିବା ପାଇଁ ରାଜଧାନୀରେ ନୂଆ ନିୟମ ଲାଗୁ । ବିଏମ୍ସି ବୈଠକରେ ପାରିତ ହେଲା ନୂଆ ବାଇ ଲ । ଜଣେ ଲୋକ ୨ଟି କୁକୁର ରଖିପାରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଜଣେ ସର୍ବାଧିକ ୨ଟି କୁକର ରଖିପାରିବେ । କୁକୁର ରଖିବାକୁ ବିଏମ୍ସିର ପଞ୍ଜୀକରଣ ବାଧ୍ୟମୂୂଳକ କରାଯାଇଛି । କୁକୁର ବାହାରକୁ ଗଲେ ବେକରେ ପଟା, ରେଜିଷ୍ଟେସନ୍ ନମ୍ବର ଲାଗାଇବେ । ଅନ୍ୟର ସମ୍ପତି କୁକର ନଷ୍ଟ କଲେ ମାଲିକ ଗଣିବେ ତଣ୍ଡ । ନୂଆ ନିୟମ ପୂର୍ବରୁ କୁକୁରଙ୍କ ପାଇଁ ସ୍ୱତନ୍ତ୍ର ପାର୍କ କରିବାକୁ ଦାବି କରାଯାଇଛି। କୁକର ଯଦି କାହାକୁ କାମୁଡ଼ିବ ମାଲିକକୁ ପଡ଼ିବ ଫାଇନ୍ । କୁକୁର ପାଳିବାକୁ ହେଲେ ପ୍ରଥମେ ବିଏମ୍ସିରେ ରେଜିଷ୍ଟସନ୍ କରିବାକୁ ପଡ଼ିବ । ନିୟମିତ ବ୍ୟବଧାନରେ କୁକରକୁ ଭାକ୍ସିନେସନ୍ କରାଯାଉଥିବ । କାରଣ କୁକର ଯଦି କାହାକୁ କାମୁଡ଼େ ଯେମିତି ଜ୍ୱଳାନ୍ତକ ରୋଗ ନ ହୁଏ । ସେଥିପାଇଁ ଏହି ଭାକ୍ସିନ୍ ନିୟମିତ ବ୍ୟବଧାନରେ ଦିଆଯିବ । ପୋଷା କୁକର ପାଇଁ ସାଧାରଣ ଲୋକେ ଯେମିତି ହଇରାଣ ହରକତ୍ ନହୁଅନ୍ତୁ ସେଥିପାଇଁ ମାଲିକ ସତର୍କ ରହିବା ନିହାତି ଦରକାର ।
ସେହିପରି କୁକୁର ମାନଙ୍କୁ ଖୋଲା ସ୍ଥାନରେ ମଳତ୍ୟାଗ ତଥା ଖୋଲା ସ୍ଥାନରେ କୁକୁରର ମୃତଦେହ ଫୋପାଡିଲେ ମଧ୍ୟ କୁକୁର ମାଲିକଙ୍କୁ ୧୦ ହଜାର ଟଙ୍କା ଦଣ୍ଡିତ କରାଯିବ। ବିଏମସି କର୍ପୋରେସନ ବୈଠକରେ ଏହି ବାଇ ଲ ପ୍ରଣୟନ କରାଯାଇଛି। ନୂଆ ଡ୍ରାଫ୍ଟ ନିୟମାବଳୀ ଅନୁଯାୟୀ ଏଣିକି ଜଣେ ମାଲିକଙ୍କୁ ଦୁଇଟି କୁକୁର ରଖିବାକୁ ଅନୁମତି ଦିଆଯିବ। ଯଦି ସହର ବାହାରୁ କୌଣସି ପୋଷା କୁକୁର ଅଣାଯାଇଥାଏ ତେବେ ତୁରନ୍ତ ଏହାକୁ ଏକ ସପ୍ତାହ ମଧ୍ୟରେ ପଞ୍ଜୀକୃତ କରାଇବା ଆବଶ୍ୟକ। ୫୦୦ଟଙ୍କା ଦେୟରେ ମାଲିକ ମାନେ ସେମାନଙ୍କ କୁକୁରକୁ ପୁନଃ ପଞ୍ଜୀକୃତ ମଧ୍ୟ କରାଇପାରିବେ । ପଞ୍ଜୀକରଣ ପାଇଁ ଆବେଦନ ସମୟରେ ପ୍ରତିଷେଧକ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିବେ କୁକୁର ମାଲିକ। ସେହିପରି ଏଣେତେଣେ ମୃତ କୁକୁରର ମୃତଦେହ ପକାଇବାକୁ ବାରଣ କରାଯାଇଥିବା ବେଳେ ଶବ ନେବା ପାଇଁ ବିଏମସି ପକ୍ଷରୁ ଏକ ଶବବୁହା ଗାଡି ଯୋଗାଇ ଦିଆଯିବ।