40.1 C
Bhubaneswar
Wednesday, April 24, 2024
Homeଅପରାଧଧୋକା ଦେଲା ସାତ ଜନମର ସାଥୀ

ଧୋକା ଦେଲା ସାତ ଜନମର ସାଥୀ

ମୁମ୍ବାଇ: ବିକଳ ହୋଇ ଚିତ୍କାର କରୁଥିଲା ସ୍ତ୍ରୀ । ହେଲେ ଦୃଷ୍ଟିବାଧିତ ସ୍ୱାମୀ କିଛି ବି କରି ପାରିଲା ନାହିଁ । ସ୍ୱାମୀ ସାମ୍ନାରେ ହିଁ ସ୍ତ୍ରୀର ଇଜ୍ଜତ ଲୁଟିଲେ ଦୁର୍ବୃତ୍ତ । ମହାରାଷ୍ଟ୍ରର ଅକୋଲାରେ ଘଟିଛି ଏଭଳି ଏକ ଅତ୍ୟନ୍ତ ଅମାନୁଷିକ ଘଟଣା । ଦୃଷ୍ଟିବାଧିତ ସ୍ୱାମୀ ସାମ୍ନାରେ ଦୃଷ୍ଟିବାଧିତ ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତା ଜଣକ ବସ୍‌ଷ୍ଟାଣ୍ଡକୁ ରାସ୍ତା ପଚାରୁଥିବା ବେଳେ ଏଭଳି ଘଟଣା ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ମାର୍ଚ୍ଚ ୩୧ ତାରିଖ ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି ।

ଅମରାବତୀ ଜିଲ୍ଲାର ଦମ୍ପତି ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଅକୋଲାର ଦିଗ୍ରସରେ ପହଞ୍ଚିଥିଲେ । କିନ୍ତୁ ରାତି ଅଧିକ ହୋଇ ଯାଇଥିବାରୁ ଦିଗ୍ରସକୁ ଯିବା ପାଇଁ ବସ୍ ମିଳି ନଥିଲା । ଉଭୟ ଦୃଷ୍ଟିବାଧିତ ହୋଇଥିବାରୁ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅସୁବିଧା ହୋଇଥିଲା । ଏଣୁ ସାହାଯ୍ୟ ପାଇଁ ଜଣେ ଯୁବକଙ୍କୁ ରାସ୍ତା ପଚାରିଥିଲେ । ହେଲେ ସାହାଯ୍ୟ କରିବ କହି ଅଭିଯୁକ୍ତ ଗୁଲାମ ରସୁଲ ଶେଖ ଉଭୟଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା ।

ରେଳ ଷ୍ଟେସନକୁ ନେଇଯିବା ବାହାନାରେ ମହିଳାଙ୍କ ଇଜ୍ଜତ ଲୁଟିଥିଲା । ସେହି ସମୟରେ ମହିଳାଙ୍କ ସ୍ୱାମୀ ପାଖରେ ଥିଲେ ମଧ୍ୟ କିଛି କରିପାରି ନଥିଲେ । ସ୍ତ୍ରୀର ଆକୁଳ ଚିତ୍କାର ଶୁଣି ଅଣ୍ଡାଳି ଅଣ୍ଡାଳି ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ସେ ବା କ’ଣ କରିଥାଆନ୍ତେ । ଘଟଣା ଘଟିବା ପରେ ବୁଧବାର ଦିନ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ସହରର ସିଭିଲ୍ ଲାଇନ୍ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking