29.1 C
Bhubaneswar
Saturday, April 27, 2024
Homeଓଡିଶାଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହେଲା ନୂଆ ଗାଇଡଲାଇନ

ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସଂକ୍ରମଣ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇଗଲାଣି । ଏବେ ଶୀତ ଦିନ ଆରମ୍ଭ ହେଲାଣି । ଅତ୍ୟଧିକ ଥଣ୍ଡାରେ ଏହି ରୋଗ ବେଶି ମାରାତ୍ମକ ହେବାର ସମ୍ଭାବନା ମଧ୍ୟ ରହିଛି । ସେଥିପାଇଁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତନ କରିଛନ୍ତି । ପୂର୍ବରୁ ବିବାହ କାର୍ଯ୍ୟରେ ୨୦୦ ଲୋକଙ୍କ ସମାଗମକୁ ସରକାର ଅନୁମତି ଦେଇଥିବା ବେଳେ ଏହାର ସୀମିତ ସଂଖ୍ୟା ୧୦୦ କରିଛନ୍ତି । ସେହିଭଳି ମୃତ୍ୟୁ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବିଏମସି ଗାଇଡଲାଇନ ଅନୁଯାୟୀ ୫୦ ଲୋକ ସାମିଲ ହୋଇପାରିବେ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ତେବେ ନିମ୍ନଲିଖିତ ନିର୍ଦ୍ଦେଶାବଳୀ ପାଳନ କରିବା ଆୟୋଜକ ଏବଂ କଲ୍ୟାଣ ମଣ୍ଡପ ଗୁଡିକର ମିଳିତ ଦାୟିତ୍ୱ ହେବ ।
ପ୍ରଥମରେ ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଲୋକାଲ ପୋଲିସ ଷ୍ଟେସନର ଅନୁମତି ଆଣିବା ବାଧ୍ୟତାମୂଳକ ରହିବ
ବିବାହରେ କୌଣସି ପ୍ରକାରର ପ୍ରୋସେସନ ସଂପୂର୍ଣ୍ଣ ଭାବରେ ନିଷେଧ
ଏଭଳି ସ୍ଥଳେ ଭେନ୍ୟୁ କିମ୍ବା ହଲ ଭିତରକୁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ଅନ୍ତିମ ସଂସ୍କାର ଭଳି ଆନୁସଙ୍ଗିକ କାର୍ଯ୍ୟରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବାରଣ କରାଯିବ ।
ସେହିଭଳି ବୃଦ୍ଧ ବ୍ୟକ୍ତି, ଗର୍ଭବତୀ, ଶିଶୁ, ୧୦ ବର୍ଷରୁ କମ୍ ବୟସର ପିଲା କିମ୍ବା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ଏଭଳି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ।
କାର୍ଯ୍ୟକ୍ରମ ଆୟୋଜନ କରିଥିବା ସଂସ୍ଥା ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ।
କାର୍ଯ୍ୟକ୍ରମରେ ସମସ୍ତେ ଅତି କମରେ ୬ ମିଟର ଦ୍ୱରତା ବଜାୟ ରଖିବା ବାଧ୍ୟତାମୂଳକ ।
କେବଳ ଖାଇବା ସମୟ ଛାଡି ଦେଲେ ଅନ୍ୟ ସମୟରେ ସର୍ବଦା ମୁହଁରେ ମାସ୍କ ରହିବା ବାଧ୍ୟତାମୂଳକ ।
କାର୍ଯ୍ୟକ୍ରମ ମଧ୍ୟରେ ସେହି ପରିସରରେ ପାନ ଛେପ କି ଚୁଇଂ ଗମ ଚୋବେଇ ଫୋପାଡିବା ନିଷେଧ ।
ଭେନ୍ୟୁରେ ଆୟୋଜକ ହାତ ସଫା କରିବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବା ଆବଶ୍ୟକ ।
ଖୋଲା ସ୍ଥାନରେ, ରକ୍ଷଣାବେକ୍ଷଣ ଅନୁଯାୟୀ ଉପଯୁକ୍ତ ସଂଖ୍ୟକ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇଛି
ଏହି ନିୟମକୁ ଆୟୋଜକ ସଂସ୍ଥା କଡାକଡି ଭାବରେ ପାଳନ କରିବାକୁ ବାଧ୍ୟ । ଯଦି ଏହି ନିୟମରେ କୌଣସି ପ୍ରକାର ବ୍ୟତିକ୍ରମ ଦେଖାଦିଏ ତେହେ ଉଭୟ ଆୟୋଜକ ଏବଂ ସଂପୃକ୍ତ ବ୍ୟକ୍ତି ଙ୍କୁ ଜରିମାନା ଦେବାକୁ ପଡିବ
କଲ୍ୟାଣ ମଣ୍ଡପ ପ ମାଲିକମାନେ ହୋଷ୍ଟର ନାମ ସହିତ ଅନୁମତିପ୍ରାପ୍ତ କାର୍ଯ୍ୟର ସବିଶେଷ ବିବରଣୀ ଏବଂ ଅଂଶଗ୍ରହଣକାରୀଙ୍କ ତଥ୍ୟ କାର୍ଯ୍ୟକ୍ରମ ର ସାତଦିନ ପୂର୍ବରୁ ବିଏମସିକୁ ପ୍ରଦାନ କରିବେ ।
ଆସନ୍ତା ୨୫ ତାରିଖରୁ ଏହା ଲାଗୁ ହେବାକୁ ଯାଉଛି ।
ସ୍ଥାନୀୟ ପୋଲିସ ଏବଂ ବିଏମସି କାର‌୍ୟ୍ୟକାରୀ ଦଳ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking