ପତ୍ନୀଙ୍କ ସହ ର୍ଦୁବ୍ୟବହାର କରୁଥିଲେ ଯୁବକ; ଆଉ ତାପରେ ସ୍ୱାମୀ କଲେ ….

ଉତ୍ତରପ୍ରଦେଶ:ଏକ ମୁଣ୍ଡ ନଥିବା ଏକ ଶବ ମିଳିଛି ଉତ୍ତରପ୍ରଦେଶର ଦେବାରିଆ ଠାରେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୃତକ ରାଜୁ, ନିକୋଲାସ ନାମକଙ୍କ ପତ୍ନୀକୁ ଖରାପ ବ୍ୟବହାର ଦେଖାଇବା ସହ ଜବରଦସ୍ତି କରିଥିଲା । ଏଥିରେ ରାଗ ରଖି ସ୍ୱାମୀ ନିଜର ଅନ୍ୟ ୨ ଜଣ ସାଥୀଙ୍କ ସହ ମିଶି ଏକ କଟୁରୀରେ ରାଜୁଙ୍କ ବେକକୁ ହାଣିଦେଇଥିଲା । ହତ୍ୟା ପରେ ସ୍ତ୍ରୀର ସହାୟତାରେ ଶବ ଓ ସାକ୍ଷୀକୁ ଲୁଚାଇବାକୁ ଯାଇ ଅଲଗା ହୋଇଥିବା କଟାମୁଣ୍ଡକୁ ୪ କି.ମି ଦୁରରେ ପକାଇ ଦେଇଥିଲେ ।
ପୋଲିସର କହିବା ଅନୂସାରେ ରାମପୁର ଥାନା ଅନ୍ତର୍ଗତ ଏକ ଆଖୁ କ୍ଷେତରେ ମଣିଷର କଟା ମୁଣ୍ଡ ମିଳିଛି । ନିକୋଲାସର ପତ୍ନୀଙ୍କୁ ଅଭଦ୍ର ବ୍ୟବହାର କରିବା ରାଗରେ ରାଜୁକୁ ହତ୍ୟା କରିବାକୁ ଯୋଜନା ହେଇଥିଲ । ପ୍ରଥମେ ୩ ଜଣ ସାଙ୍ଗ ମିଶି ଗଳା ଦବାଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବିଫଳ ହେବାରୁ ପରେ କଟୁରୀ ଆଣି ସେଥିରେ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here