ନୂଆଦିଲ୍ଲୀ : ସାରା ଦେଶରେ କୋରନା ମହାମାରୀର କାୟା ସାରା ବିସ୍ତାରରେ ବିସ୍ତାର କରିଛି । ଏଥିରୁ ରକ୍ଷା ପାିବା ପାଇଁ ବିଶ୍ୱର ପ୍ରତ୍ୟେକ ଦେଶରେ ଟୀକାକରଣ ଜାରୀ ରହିଛି । । ଏହି ସଙ୍କଟ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ସ୍ପାନିଶ ଫ୍ଲୁ ପୁଣି ଫେରିବାରେ । ଆଜକୁ ପ୍ରାୟ ୧୦୦ ବର୍ଷ ତଳେ ଏହି ଫ୍ଲୁରେ ୫ କୋଟି ଲୋକଙ୍କ ଜୀବନ ଯାଇଥିଲା । ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ଏନଫ୍ଲୁଏଞ୍ଜାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ, ସ୍ପାନିଶ ଫ୍ଲୁ ଅଗକୁ ଆସୁଥିବା ମହାମାରୀର କାରଣ ହୋଇପାରେ ।
ବ୍ରିଟିଶ ଖବର କାଗଜ ‘ଦ ସନ’ ର ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚଓର ଗ୍ଲୋବାଲ ଏନଫ୍ଲୁଏଞ୍ଜା ସର୍ଭିଲାନ୍ସ ଏଣ୍ଡ ରେସପନ୍ସ ସିଷ୍ଟମ ର ମୁଖ୍ୟ ସଦସ୍ୟ ଡ. ଜନ ମ୍ୟାକକୁଲେ କହିଛନ୍ତି ଯେ, ସାମାନ୍ୟ ଫ୍ଲୁ କୁ ଏହା ଭାଇରସରେ ପରିଣତ କରି ଅଧିକ ଘାତକ ବନାଇପାରେ । ଯେଉଁଠି ବିଶ୍ୱ କୋରନା ମହାମାରୀ ସହ ଲଢେଇ କରୁଛି ଅନ୍ୟପଟେ ବୈଜ୍ଞାନିକ ମାନେ ସେହି ଭାଇରସକୁ ଖୋଜୁଛନ୍ତି ଯାହା ଆଗାମୀ ମହାମାରୀର କାରଣ ହୋଇପାରେ । ଡ. ମ୍ୟାକକୁଲେ ଏହା କହିଛନ୍ତି ଯେ, ତାଙ୍କର ସବୁଠାରୁ ବଡ ଚିନ୍ତା ଏବେ ସାଧାରଣ ଫ୍ଲୁ କୁ ନେଇ ରହିଛି । ସେ କହିଛନ୍ତି ଯେ, ଏହି ଫ୍ଲୁର ଷ୍ଟ୍ରେନ ଆଗାମୀ ମହାମାରୀର କାରଣ ହୋଇପାରେ ।
ଲୋକଙ୍କ ମଧ୍ୟରୁ ଇମ୍ୟୁନିଟି କମିଯିବା ଏହି ଚିନ୍ତାକୁ ବଢାଇ ଦେଇଛି ।
ଡ. ଜନ ମ୍ୟାକକୁଲେଙ୍କ ମତରେ କୋରନା ଭାଇରସ ରେ ଯେପରି ସୋମାଜିକ ଦୂରତା ବନାଇ ରଖିବା, ହାତ ଧୋଇବା ଦ୍ୱାରା ଏହି ଫ୍ଲୁ ଅଧିକ ବଢିନାହିଁ କିନ୍ତୁ କୋରନା ପରେ ବିଶ୍ୱରେ ହେଉଥିବା ଫ୍ଲୁ ଭାଇରସ ଅଧିକ ବିପଦପୁର୍ଣ୍ଣ ହୋଇପାରେ । ଏହାର କାରଣ ହେଉଛି ଲୋକଙ୍କ ମଧ୍ୟରେ ଥିବା କମ ଇମ୍ୟୁୁନିଟି । ସେ କହିଛନ୍ତି ଯେ, ବ୍ରିଟେନକୁ ସର୍ବପ୍ରଥମେ ଚେତାବନୀ ଦିଆଯାଇ ସାରିଛି , କି ଆଗୋମୀ ଥଣ୍ଡା ଦିନ ଆସିବା ସମୟରେ ଏହି ଫ୍ଲୁର ଆରମ୍ଭ ହୋଇପାରେ ।
ସ୍ପାନିଶ ଫ୍ଲୁ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ
ବ୍ରିଟିଶ ମେଡିକାଲ ଜର୍ନାଲରେ ପ୍ରକାଶ ପାଇଛି କି । ଏହି ଫ୍ଲୁରୁ କୋରାନା ଭାଇରସରେ ହୋଇଥିବା ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୋବର ସମ୍ଭାବନା ରହିଛି । ୧୯୧୮ରେ ଏହି ସ୍ପାନିଶ ଫ୍ଲୁରେ ବିଶ୍ୱର ଏକ ତୃତିୟାଶଂ ଲୋକ ସଂକ୍ରମିତ ହୋଇଥିଲେ । ଏହି ଭାଇରସ ଆରମ୍ଭ ହୋବାର କାରଣ ଏକ ପକ୍ଷୀ ଥିଲା । ଏହି ଫ୍ଲୁରେ ପ୍ରାୟ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାକି ପ୍ରଥମ ବିଶ୍ୱ ଯୁଦ୍ଧରେ ହୋଇଥିବା ମୃତ୍ୟୁଠାରୁ ଅଧିକ । ତେଣୁ ଡ. ମ୍ୟାକକୁଲେ କହିଛନ୍ତି ଯେ, ଆମକୁ ଏଥିପାଇଁ ପ୍ରସ୍ତୁତ ରହିବ ଉଚିତ ।
ଏକ ଅଜଣା ସଂକ୍ରମଣରେ ସଂକ୍ରମିତ ହୋଇଥିବା ପ୍ରିନ୍ସ ଫିଲିପଙ୍କୁ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି ।