34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି

୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି

ଭୁବନେଶ୍ୱର : ରାଜ୍ୟରେ ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ନୁହଁନ୍ତି । ଏନେଇ ‘ଦ ଇଣ୍ଡିଆ ସ୍କିଲସ’ ରିପୋର୍ଟ ୨୦୨୧ରୁ ତଥ୍ୟ ମିଳିଛି । ଏହି ତଥ୍ୟ ଅନୁସାରେ ଓଡିଶାର ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଉନ୍ନତ ଚାକିରୀ କରିବା ପାଇଁ ପର୍ଯ୍ୟାପ୍ତ ନୁହଁ । ଇଂରାଜୀ କ୍ଷେତ୍ରରେ ହେଉ କି କମ୍ପ୍ୟୁଟର କ୍ଷେତ୍ରରେ ହେଉ ଓଡିଶା, ମଧ୍ୟପ୍ରଦେଶ ଓ ଆସାମ ଠାରୁ ପଛରେ ରହିଛିି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତ ବର୍ଷ ବଜେଟରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏହିସବୁ ହେବା ସତ୍ତ୍ୱେ ମଧ୍ୟ ‘ଇଣ୍ଡିଆ ସ୍କିଲସ’ର ରିପୋର୍ଟ ଚିନ୍ତାଜନକ ଅଟେ । ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ଥିଲେ କମ୍ପାନୀ ଗୁଡିକ ନିଯୁକ୍ତି ପ୍ରଦାନ କରିଥାନ୍ତେ ।

ତେବେ ନିଯୁକ୍ତି ଦକ୍ଷତା ଥିବା ରାଜ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ ଆଗରେ ଅଛନ୍ତି କିନ୍ତୁ ଓଡିଶା ଏହି ୧୦ ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇ ନାହିଁ । ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ ରୋଜଗାର କ୍ଷମତା ସହର ମାନଚିତ୍ରରେ ସ୍ଥାନ ପାଇ ନାହିଁ । ସହର ମାନଙ୍କ ମଧ୍ୟରେ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ଥିବା ବେଳେ ବାଙ୍ଗାଲୋର ୨ୟ ସ୍ଥାନରେ , ପୁନେ ୩ୟ , ନୂଆଦିଲ୍ଲୀ ୪ର୍ଥ ଓ ଚେନ୍ନାଇ ୫ମ ସ୍ଥାନରେ ରହିଛି ।
ଓଡିଶାରେ ଦକ୍ଷତା ନଥିବାର କାରଣ ସରକାର ଓ ଶିକ୍ଷାଅନୁଷ୍ଠାନ ଗୁଡିକର ଉଦ୍ୟମ ନଥିବା ଦର୍ଶା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking