30.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟବ୍ୟାପି ଶନିବାର, ରବିବାର ସଟଡାଉନ

ରାଜ୍ୟବ୍ୟାପି ଶନିବାର, ରବିବାର ସଟଡାଉନ

ଭୁବନେଶ୍ୱର: କୋଭିଡ କଟକଣା ନେଇ ବଡଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ସାରା ରାଜ୍ୟରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରିଛନ୍ତି । ସବୁ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା ହୋଇଛି । ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା ହୋଇଛି । ସପ୍ତାହାନ୍ତ ସଟ ଡାଉନ ଏପ୍ରିଲ୨୪ରୁ ଲାଗୁ ହେବ ।
ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଂଚ ବନ୍ଦ କରିଛନ୍ତି ସରକାର
କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବନ୍ଦ ଘୋଷଣା ହୋଇଛି ।
ସପ୍ତାହାନ୍ତ ସଟ ଡାଉନରେ ଅତ୍ୟାବଶ୍ୟକ ସେବାକୁ କଟକଣାରୁ ମୁକ୍ତ କରାଯାଇଛି
ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ ସବୁ କର୍ମଚାରୀ ଯା’ ଆସ କରିପାରିବେ
ପୋଲିସ, ଅଗ୍ନିଶମ, ପୋର କର୍ମଚାରୀ ଯାଇପାରିବେ
ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ ଯାଇପାରିବେ
ସ୍ୱେରେଜ ଏବଂ ବିଦ୍ୟୁତ ଯୋଗାଣ ବିତରଣ କର୍ମଚାରୀ ଯାଇପାରିବେ
କମିଶନରେଟ ଓ ଜିଲ୍ଲା ପୋଲିସ ଦ୍ୱାରା ଚିହ୍ନିଚ ସାମ୍ବାଦିକ କଟକଣାମୁକ୍ତ
କେନ୍ଦ୍ର ଓ ସରକାରୀ କର୍ମଚାରୀ ଜରୁରୀକାଳିନ ସ୍ଥିତିରେ ଯାଇପାରିବେ
ସକାଳ ୫ଟାରୁ ୮ଟଯାଏଁ ବୁଲିପାରିବେ ଖବରକାଗଜ ହକର
ମାଲ ପରିବହନ ଗାଡି ଯାଇପାରିବ
କୃଷି ଭିତ୍ତିକ, ହର୍ଟିକଲଚର, ଭେଟେନାରୀ ସେବା ବି ଜାରି ରହିବ
ସର୍ଭିସ ସେକ୍ଟର ଇଣ୍ଡଷ୍ଟ୍ରି, ଆଇଟି, ହୋଟେଲ ଆଣ୍ଡ ହସ୍ପିଟାଲିଟି ୟୁନିଟ ରେ କାର୍ଯ୍ୟ ଚାଲିବ
ରେଳ ଓ ବିମାନ ଚଳାଚଳ ଯିବା ପାଇଁ ଥିଲେ ଯାଇପାରିବେ
ରୋଡ୍ ଟ୍ରାନ୍ସପୋର୍ଟ ଜାରି ରହିବ
ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଓଲା, ଉବେର କ୍ୟାବ ଯାଆସ କରିପାରିବେ
ବିବାହ ଓ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ
ଏଟିଏମ, ଆର୍ଥିକ କାରବାର କରୁଥିବା ସଂସ୍ଥା, ଯେମିତିକି ଆରବିଆଇ, କ୍ଲିୟରିଂ ହାଉସ ଖୋଲା ରହିବ
ଜୋମାଟୋ ଓ ସ୍ୱିଗି ଭଳି ସଂସ୍ଥା ହୋମ ଡେଲିଭରି କରିପାରିବେ
ବିବାହରେ ୫୦ ଜଣ ଯୋଗଦେବେ
ଯେଉଁଥିରେ ଆୟୋଜକ, ଅତିଥି, ପଣ୍ଡିତ, କ୍ୟାଟରିଂଙ୍କୁ ମିଶାଇ ରହିବେ ୫୦ଜଣ
ବିବାହ ପ୍ରୋସେସନ ହୋଇପାରିବ ନାହିଁ
ଯଦି ଏହାର ଉଲ୍ଲଂଘନ ହୁଏ, ତେବେ ସଂପୃକ୍ତ ସାମଗ୍ରୀକୁ ଜବତ କରାଯିବ । ଯେମିତିକି ବାଜା, ମାଇକ, ଲାଇଟ, ସାଉଣ୍ଟ ଇତ୍ୟାଦି
କାର୍ଯ୍ୟକ୍ରମର ୨୪ଘଣ୍ଟା ପୂର୍ବରୁ ଅତିଥିଙ୍କ ଲିଷ୍ଟ ଲୋକାଲ ଅଥରିଟିଙ୍କୁ ପ୍ରଦାନ କରାଯିବ

ଏହି ଅତିଥିଙ୍କ ସୂଚୀ ମଧ୍ୟ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ
ଫଳରେ ୧୦ ଫୁଟ ଦୂରରୁ ବି ଏହା ପଢିହେବ
ମାସ୍କ ପିନ୍ଧିବା, ୬ ଫୁଟ ସାମାଜିକ ଦୂରତା ପାଳନ କରିବା, ହାତ ସାନିଟାଇଜ କରିବା ବାଧ୍ୟତାମୂଳକ
ଯଦି ସେହି ସ୍ଥାନରେ କୋଭିଡ କଟକଣା ନିୟମ ଉଲ୍ଲଂଘନ ହୁଏ,ତେବେ ଆୟୋଜକ ଏବଂ ଯାହାର ପ୍ରୋଗ୍ରାମ ଚାଲିଥିବ ସେମାନେ ଜରିମାନା ଦେବେ

ସାମାଜିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ରାଲି, ପ୍ରୋସେସନ ବନ୍ଦ
ଦେବାଳୟରେ ସୀମିତ ସଂଖ୍ୟକ ପୂଜକଙ୍କ ଦ୍ୱାରା ରୀତିନୀତି ହେବ ପାଳନ
ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ସ୍ଥାନୀୟ ପ୍ରଶାସନ ନେବେ ନିଷ୍ପତ୍ତି
ଜନ୍ମଦିନ, ବ୍ରତଘର, ଏକୋଇସିଆ, ବାର୍ଷିକୀ ଉତ୍ସବ ବନ୍ଦ
ଚାହିଁଲେ କେବଳ ଘରେ ହିଁ ଆୟୋଜନ କରିପାରିବେ
ବାହାର ଅତିଥିଙ୍କ ପ୍ରବେଶ ଉପରେ କଟକଣା
ପରିବା ଓ ମାଛ ବଜାରରେ ବ୍ୟବସାୟୀ ଅତି କମରେ ୩୦ ଫୁଟ ଦୂରତା ପାଳନ କରିବେ
ବ୍ୟାରିକେଡ କରିବେ
ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବେ
ଗ୍ରାହକ ଓ ଦୋକାନୀମାନେ ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ହୋଟେଲ, ରେସ୍ତୋରାଁରେ କେହି ବସି ଖାଇପାରିବେ ନାହିଁ
ସିନେମା ହଲରେ ୫୦ ପ୍ରତିଶତ ଦର୍ଶକେ ବସିପାରିବେ
ବ୍ୟାଙ୍କ ଗୁଡିକ ନିଜର ଷ୍ଟାଫ ସଂଖ୍ୟା ହ୍ରାସ କରି କାମ କରିବେ
ଘରୋଇ ଅଫିସ ରେ ବି ଅଳ୍ପ ସଂଖ୍ୟକ ଷ୍ଟାଫରେ କାମ କରିବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking