27.1 C
Bhubaneswar
Thursday, April 25, 2024
Homeଓଡିଶାରାଇରଙ୍ଗପୁର ସହରରେ ଉତ୍କଟ ଜଳ ସମସ୍ୟା: ଠାକୁରାଣୀ ଗ୍ରାମବାସୀଙ୍କ ରାସ୍ତାରୋକ

ରାଇରଙ୍ଗପୁର ସହରରେ ଉତ୍କଟ ଜଳ ସମସ୍ୟା: ଠାକୁରାଣୀ ଗ୍ରାମବାସୀଙ୍କ ରାସ୍ତାରୋକ

ମୟୂରଭଞ୍ଜ(ଘାସିରାମ ବେହେରା)-ପ୍ରବଳ ଭାବେ ବୃଦ୍ଧି ପାଉଛି ଗ୍ରୀଷ୍ମର ଉତ୍ତାପ । ଅନ୍ୟପଟେ ଦେଖାଦେଉଛି ଉତ୍କଟ ପାନୀୟଜଳ ସମସ୍ୟା। ତାପମାତ୍ରା ୪୦ଂ ଉପରେ ନାଳ, ପୋଖରୀ ଶୁଖିଗଲାଣି ।ଟୋପାଏ ପାଣି ପାଇଁ ଜୀବଜନ୍ତୁ ସାଙ୍ଗକୁ ଅସ୍ତବ୍ୟସ୍ତ ମଣିଷ। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଢ଼ା ଗ୍ରାମର । ଏହି ଗ୍ରାମରେ ଶତକଡା ୮୦ ଭାଗ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି ।ଏବେ ଚାଲିଛି ପବିତ୍ର ରମଜାନ ମାସ । ବହୁ ସଂଖ୍ୟାରେ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକେ ଧାର୍ମିକ ମନୋଭାବ ନେଇ ଦିନରେ ନିର୍ଜଳା ଉପବାସ ବ୍ରତ ପାଳନ କରିଥାଆନ୍ତି । ହେଲେ ଦୁଇମାସ ହେଲା ଲୋକଙ୍କୁ ରାଇରଙ୍ଗପୁର ପିଏଚଡ଼ି ବିଭାଗ ତରଫରୁ ଠିକ୍ ସମୟରେ ପାଣି ଯୋଗାଇ ଦେଉନାହାନ୍ତି ।ଦିନରେ ଥରୁଟିଏ ସକାଳ ବେଳା ଅଳ୍ପ ସମୟ ପାଇଁ ପାଣି ପାଆନ୍ତି । ପୂର୍ବରୁ ଦୁଇଥର ସକାଳ ବେଳା ଏବଂ ଉପରଓଳି ପାଣି ଯୋଗାଇ ଦିଆଯାଉଥିଲା । ଯାହା ଏବେ କାଟଛାଟ ହୋଇଛି ବୋଲି ଯାଉଛି। ତେବେ ଏ ସମସ୍ୟା ନେଇ ସାହି ବାସିନ୍ଦା ପୂର୍ବରୁ ବହୁଥର ପିଏଚଡ଼ି ବିଭାଗକୁ ଲିଖିତ ଦାବି ପ୍ରଦାନ କରିଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ କର୍ଣ୍ଣପାତ କରାଯାଉନଥିବା ଅଭିଯୋଗ ହୋଇଛି। ବୃଦ୍ଧି ପାଉଥିବା ଗରମ ଯୋଗୁଁ ଗାଁର ଗାଡିଆ, ପୋଖରୀ ଶୁଖି ଗଲାଣି । ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ଗ୍ରାମବାସୀ ପାଣି ନ ପାଇ ଡହଳବିକଳ ହେଉଛନ୍ତି । ଶେଷରେ ପ୍ରଶାସନ ଉପରେ ଅତିଷ୍ଠ ହୋଇ ଆଜି ଅଁଳାଡୁବା ରେଳ ଫାଟକ ପାଖରେ ଗ୍ରାମର ମହିଳାମାନେ ଗରାବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲା ବେଳେ ପୁରୁଷ ଲୋକମାନେ ସହଯୋଗ କରିଥିଲେ । ରାସ୍ତା ଅବରୋଧର ଦୀର୍ଘ ସମୟପରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ବାଦଲ ରଂଜନ ପରିଡ଼ା, ରାଇରଙ୍ଗପୁର ତହସିଲଦାର ଯୋଗରଂଜନ ନାୟକ ଏବଂ ରାଇରଙ୍ଗପୁର ଟାଉନଥାନା ଅଧିକାରୀଣୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଶୁଝା ପାଇଁ ଚେଷ୍ଟା କରିଥିଲେ । ଗ୍ରାମବାସୀ ଜନସ୍ବାସ୍ଥ୍ୟ ବିଭାଗର ପକ୍ଷପାତିତା ନେଇ ଅଭିଯୋଗ କରିଥିଲେ ।ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ସବୁ ଓ୍ବାର୍ଡକୁ ଦେଢଘଣ୍ଟା ଧରି ଦୁଇ ଓଳି ପାଣି ଯୋଗାଣ କରା ଯାଉଥିବା ସମୟରେ ଠାକୁରାଣୀବେଡା ଗ୍ରାମକୁ ଗୋଟିଏ ଓଳି ତାହା ମଧ୍ୟ ଅଳ୍ପସମୟ ପାଇଁ ପାଣି ଛଡା ଯାଉଥିବା ନେଇ ଗୁରୁତର ଅଭିଯୋଗ କରିଥିଲେ ଆନ୍ଦୋଳନକାରୀମାନେ । ସରକାର ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ପାନୀୟଜଳ ସମସ୍ୟାର ସମାଧାନକୁ ଗୁରୁତ୍ୱର ସହ ନେଇ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗର ବେଖାତିର ମନଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜଳକଷ୍ଟ ଭୋଗି ଆସୁଥିବା ଏହି ଗାଁର ୧୦୦ରୁ ଉର୍ଦ୍ଧ୍ବ ପରିବାର। ବର୍ତ୍ତମାନ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ପବିତ୍ର ରମଜାନ ପାଳନ କରୁଥିବା ସମୟରେ ପାଣି ପାଇଁ ଡହଳବିକଳ ହେବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢତାକୁ ଉପହାସ କରୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ପକ୍ଷପାତ ନୀତିକୁ ଦାୟୀ କରିଛନ୍ତି। ଆଗାମୀ ଦିନରେ ପାଣି ପାଇଁ ଯଦି କିଛିବି ଅଘଟଣ ଘଟେ ତାହାହେଲେ ପ୍ରଶାସନ ଦାୟୀ ରହିବ ବୋଲି ଗଣମାଧ୍ୟମକୁ ମହିଳାମାନେ ଅତି ଦୁଃଖର ସହ କହିଥିଲେ । ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବର୍ତ୍ତମାନ ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବା ସହ ଦୁଇଓଳି କିଭଳି ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବା ନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରି ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking