29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବିଶ୍ୱରେ ୨୪ ଘଣ୍ଟାରେ ୫ଲକ୍ଷ ୭୯ହଜାର ୪୮୮ ସଂକ୍ରମିତ

ବିଶ୍ୱରେ ୨୪ ଘଣ୍ଟାରେ ୫ଲକ୍ଷ ୭୯ହଜାର ୪୮୮ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୭୯ହଜାର ୪୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୪୭୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୩୩ଲକ୍ଷ ୫୫ହଜାର ୨୫୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ଲକ୍ଷ ୮ହଜାର ୪୪୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୯୮ଲକ୍ଷ ୪୮ହଜାର ୮୫୯ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୮ଲକ୍ଷ ୯୭ହଜାର ୯୫୪ ଜଣ ସକ୍ରିୟ ମାମଲା ରହିଛି ।

ସୂଚନାଯୋଗ୍ୟ , ଆମେରିକାରେ କରୋନା ଭାଇରସଜନିତ ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୧୩ଲକ୍ଷ ୭୯ହଜାର ୨୭୫ ଓ ୬ଲକ୍ଷ ୭୧ହଜାର ୨୮ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ବ୍ରାଜିଲରେ ୨କୋଟି ୯ ଲକ୍ଷ ୨୮ହଜାର ୮ ସଂକ୍ରମିତ ଓ ୫ଲକ୍ଷ ୮୪ ହଜାର ୪୫୮ମୃତ, ୟୁକେରେ ୭୦ ଲକ୍ଷ ୯୪ ହଜାର ୫୯୨ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୬୭୪ ମୃତ, ଋଷିଆରେ ୭୦ ଲକ୍ଷ ୬୫ ହଜାର ୯୦୪ ସଂକ୍ରମିତ ଓ ୧ଲକ୍ଷ ୮୯ ହଜାର ୫୮୨ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୬୬ ହଜାର ୮୫୬ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୨୫୯ ମୃତ, ତୁର୍କୀରେ ୬୫ ଲକ୍ଷ ୬୬ହଜାର ୫୬୮ ସଂକ୍ରମିତ ଓ ୫୮ ହଜାର ୯୧୩ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୧୫ହଜାର ୩୩୨ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୯୬୨ମୃତ, ଇରାନରେ ୫୨ ଲକ୍ଷ ୧୦ ହଜାର ୯୭୮ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୪୩୦ମୃତ, କଲୋମ୍ବିଆରେ ୪୯ ଲକ୍ଷ ୨୩ ହଜାର ୧୯୭ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୪୨୭ମୃତ, ସ୍ପେନରେ ୪୮ ଲକ୍ଷ ୯୮ ହଜାର ୨୫୮ ସଂକ୍ରମିତ ଓ ୮୫ ହଜାର ୧୪୭ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking