34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶନାଗାଲାଣ୍ଡରେ ଶାନ୍ତି ପାଇଁ କେନ୍ଦ୍ର ସହିତ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର

ନାଗାଲାଣ୍ଡରେ ଶାନ୍ତି ପାଇଁ କେନ୍ଦ୍ର ସହିତ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର

ନାଗାଲାଣ୍ଡ : ନାଗାଲାଣ୍ଡରେ ସକ୍ରିୟ ଥିବା ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ ଇଣ୍ଡିଆର ନିକି ଗ୍ରୁପ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିଛି । ଏହି ବୁଝାମଣା ୨୦୨୧ ଡିସେମ୍ବର ୮ ତାରିଖରୁ ଲାଗୁ ହେବ । ଯାହାର ଅବଧି ରହିବ ୧ ବର୍ଷ । ଏହି ବୁଝାମଣା ସହ ନିକି ଗ୍ରୁପର ୨୦୦ରୁ ଅଧିକ ସଦସ୍ୟ ୮୩ଟି ଅସ୍ତ୍ରଶସ୍ତ୍ର ଧରି ଶାନ୍ତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଏହାପୂର୍ବରୁ ଏନଏସସିଏନ(ଆଇଏମ) ସହ ଫ୍ରେମଓ୍ୱାର୍କ ଏଗ୍ରିମେଣ୍ଟ ସ୍ୱାକ୍ଷର କରିଥିଲେ । ସେହିପରି ଏନଏସସିଏନ(ଏନକେ), ଏନଏସସିଏନ(ଆର) ଓ ଏନଏସସିଏନ(କେ) ଅସ୍ତ୍ରବିରତ୍ତି ରାଜିନାମାରେ ସ୍ୱାକ୍ଷର କରିଥିଲେ ।

୨୦୧୯ ଅଗଷ୍ଟରେ ତ୍ରିପୁରାର ଉଗ୍ରବାଦୀ ସଙ୍ଗଠନ ଏନଏଲଏଫଟି(ଏସଡି) ସହ କେନ୍ଦ୍ର ବୁଝାମଣା କରିଥିଲା । ଫଳରେ ୮୮ କ୍ୟାଡର ୪୪ ଅସ୍ତ୍ର ସହ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଥିଲେ । ୨୦୨୦ରେ ବୋଡୋ ଏଗ୍ରିମେଣ୍ଟ ହୋଇଥିଲା । ଏଥିରେ ୨୨୫୦ରୁ ଅଧିକ ଉଗ୍ରବାଦୀ ୪୨୩ ଅସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ । ସେହିପରି ଚଳିତବର୍ଷ ଫେବ୍ରୁଆରୀ ୨୩ରେ ଆସାମର କାର୍ବି ସମୁହ ୧୦୪୦ରୁ ଅଧିକ ନେତା ଓ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଥିଲା । ଯାହାପରେ ସେପ୍ଟେମ୍ବର ୪ରେ କାର୍ବି-ଆଙ୍ଗଲୋଗ ବୁଝମାଣରେ ସ୍ୱାକ୍ଷରିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking