31.1 C
Bhubaneswar
Friday, July 18, 2025
Homeଓଡିଶାନେସ୍କୋ ଯାଜପୁର ରୋଡ ବିଦ୍ୟୁତ୍ ସରକଲରେ ଓରିଏନ୍ଟାଲ୍ ପୋଗ୍ରାମ

ନେସ୍କୋ ଯାଜପୁର ରୋଡ ବିଦ୍ୟୁତ୍ ସରକଲରେ ଓରିଏନ୍ଟାଲ୍ ପୋଗ୍ରାମ

ଯାଜପୁର- ସୋମବାର ନେସ୍କୋ ବିଦ୍ୟୁତ୍ ଆୟୋଗ ପକ୍ଷରୁ ଯାଜପୁର ରୋଡ ବିଦ୍ୟୁତ୍ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମ ବା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଆୟୋଗ ପକ୍ଷରୁ ଲୋକ ସଂପର୍କ ଅଧିକାରୀ ପୁରବୀ ଦାସ, ଯୁଗ୍ମ ନିଦ୍ଦେର୍ଶକ ସୁଚନା ଅଧିକାରୀ, ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଜ୍ୟୋତି ଚନ୍ଦ୍ର ମହାନ୍ତି ପ୍ରଭୂ ଯୋଗ ଦେଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଭିଯୋଗ ଗୁଡିକ କିପରି ଭାବରେ ସମଧାନ ହୋଇ ପାରିବ ତହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଲୋ ଭୋଲଟେଜ୍ ମିଟର ଓ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଆନ୍ତରିକ ନିଷ୍ଠା ସହ ଚଳିବା ପାଇଁ ଅବଗତ କରିଛନ୍ତି । ଉପଭୋକ୍ତା ମାନଙ୍କୁ ନ୍ୟାୟ ଦେବା ସଂଗେ ସେମାନଙ୍କ ଅଭିଯୋଗ ଗୁଡିକ ଶୁଣି ତାର ଆଶୁ ପ୍ରତିକାର କରିବା ପାଇଁ ଆଲୋଚନା କରିଛନ୍ତି । ଏଥିରେ ସରକଲ୍ ୨୪ ଜଣ ନିର୍ବାହୀ ଇଂଜିନିୟର ଫାଇନାସ୍ ମ୍ୟାନେଜର୍ ଏସ.ଡି.ଓ ମାନେ ଯୋଗ ଦେଇ ଆଲୋଚନା କରିଥିଲେ ।
https://onakhabar.com/2020/02/17/blood-donation-camp-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking