27.1 C
Bhubaneswar
Thursday, April 25, 2024
Homeଅପରାଧମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କ ଫାଶି

ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କ ଫାଶି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସାନି ଡେଥ୍ ୱାରେଣ୍ଟ କରାଯିବା ସମ୍ପର୍କିତ ଆବେଦନ ଉପରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆଜି ଶୁଣାଣି କରିଛନ୍ତି । ସାନି ଡେଥ୍ ୱାରେଂଟ ଜାରି ଲାଗି ନିମ୍ନ ଅଦାଲତରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ନିର୍ଭୟାଙ୍କ ପିତାମାତା ଏବଂ ଦିଲ୍ଲୀ ସରକାର ଗତ ଫେବୃଆରୀ ୧୧ରେ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ।ମାର୍ଚ୍ଚ ୩ ତାରିଖରେ ଫାଶି ପାଇବେ ୪ ନିର୍ଭୟା ଦୋଷୀ । ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶି ପାଇବା ନେଇ ଡେଥ୍ ୱାରେଣ୍ଟ ଜାରି ହେଲା । ଡେଥ ୱାରେଣ୍ଟ ଜାରି କଲେ ପଟିଆଲା କୋର୍ଟ ହାଉସ । ପୂର୍ବରୁ ୨ଥର ଡେଥ ୱାରେଣ୍ଟ ଜାରି ହୋଇ କାର୍ଯ୍ୟକାରୀ ହୋଇ ନଥିଲା ।
https://onakhabar.com/2020/02/17/nirbhaya-case-delhis-patiala-house-court-to-hear-death-warrant-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking