ନୟାଗଡ: ନୟାଗଡର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ଉଦ୍ଧାର ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଏସପି ଅଲେଖ ଚନ୍ଦ୍ର ପହି । ପିଲାକୁ ରଖା ହୋଇଥିବା ସ୍ଥାନରେ ପ୍ରାୟ ଗତ ୩-୪ ମାସ ହେଲା ଚାବି ପଡୁ ନଥିଲା । ତେବେ ଘରଟିକୁ ନେଇ ଯେଉଁ ବ୍ୟକ୍ତି ଗୋଦାମ କରିଥିଲେ ଏବେ ତାଙ୍କୁ ଜେରା କରାଯାଉଥିବା ଜାଣିବାକୁ ମିଳିଛି ।
ଅମ୍ରିତ କାହା ନାଁ ସ୍ପଷ୍ଟ କହି ପାରୁ ନଥିବାରୁ ମାମଲା ଏବେ ବିଶେଷ କିଛି ଆଗକୁ ଯାଇ ପାରିନି । ତେବେ ଯିବା ଦିନରୁ ହିଁ ସେହି ସ୍ଥାନରେ ରହିଥିବା କହିଛି ଅମ୍ରିତ । ଉଦ୍ଧାର ହେବା ପରେ ପିଲାଟି ସୁସ୍ଥ ଥିବା ବେଳେ ତାକୁ ଏବେ ଟିକିଏ ବିଶ୍ରାମ ଦରକାର । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ସମସ୍ତ ତଥ୍ୟ ଦେବା ସହ ପ୍ରକୃତ ଘଟଣା ସ୍ପଷ୍ଟ କହିବ ଅମ୍ରିତ । ଯାହା ଦ୍ୱାରା ତଦନ୍ତ ଆଗକୁ ବଢିବ । ସେପଟେ ଅମ୍ରିତକୁ ରଖାଯାଇଥିବା ଘରଟିକୁ ପୋଲିସ ସିଲ୍ କରିଛି ଏବଂ ସାଇଣ୍ଟିଫିକ ଟିମ ଡକାଯାଇ ଘଟଣାସ୍ଥଳରେ ଛାନଭିନ ହେଉଥିବା ନେଇ ପ୍ରକାଶ କରିଛନ୍ତି ଏସପି ଅଲେଖ ।
ତେବେ ଘଟଣାରେ କିଏ ସମ୍ପୃକ୍ତ ରହିଛି ସେ ନେଇ କୌଣସି ସ୍ପଷ୍ଟ ହୋଇନଥିବା ସେ ପ୍ରକାଶ କରିଛନ୍ତି । ତେଣୁ ଏହି ଘଟଣାରେ କାହାକୁ ଅଟକ ରଖାଯାଇନାହିଁ, କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଉଛି ତାକୁ ନେଇ ପଚରାଉଚରା ହେଉଥିବା ଏସପି ସୂଚନା ଦେଇଛଡ଼୍ତି ।