ମାନସିକ ବିକାରଗ୍ରସ୍ତଙ୍କୁ ସହାୟତାର ଅନ୍ୟନାମ “ଅନନ୍ୟା “

ନୟାଗଡ଼ : ସୁପରଷ୍ଟାର ସବ୍ୟସାଚୀଙ୍କ ମାନବ ସେବା କାର୍ଯ୍ୟରେ ଅନୁପ୍ରାଣିତ ନୟାଗଡ଼ରେ ଗଢ଼ା ଯାଇଛି ଅନନ୍ୟା ଫାଉଣ୍ଡେସନ । ସମାଜରେ ଯେଉଁମାନଙ୍କୁ କେହି ପଚାରନ୍ତି ନାହିଁ, ଯେଉଁମାନେ ଅବହେଳିତ ମାନସିକ ବିକାରଗ୍ରସ୍ତ ସେମାନଙ୍କ ସାଥି ପାଲଟିଛି “ଅନନ୍ୟା ” । ଗରିବ ଅଭାବୀଙ୍କୁ ସାହାଯ୍ୟ କରିବାର ଅନନ୍ୟ ପ୍ରୟାସ ହିଁ “ଅନନ୍ୟା” । ବସଷ୍ଟାଣ୍ଡ ହେଉ କି ରାସ୍ତାକଡ଼, ଅବା ସହରର କେଉଁ ପରିତ୍ୟକ୍ତ ସ୍ଥାନରେ ଯଦି କିଏ ପାଗଳ ବୁଲୁଥିବା ଖବର ମିଳେ ତେବେ “ଅନନ୍ୟା “ଫାଉଣ୍ଡେସନ ପହଞ୍ଚି ସେବା ଯୋଗାଏ । ଯୁବଗୋଷ୍ଠୀଙ୍କ ଭିନ୍ନ ଏକ ପ୍ରୟାସ । ଆଦର୍ଶ ପାଲଟିଛନ୍ତି ଅଭିନେତା ସବ୍ୟସାଚି । ନୟାଗଡ଼ର କିଛି ଯୁବ ସ୍ୱେଚ୍ଛାସେବୀ ମିଶି ଗଢ଼ିଛନ୍ତି” ଅନନ୍ୟା” ଫାଉଣ୍ଡେସନ । ଯାହାକୁ ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଉଛି । ଅଭିନେତା ସବ୍ୟସାଚୀ ମଧ୍ୟ ଅନନ୍ୟା ଫାଉଣ୍ଡେସନକୁ ବେଶ ପ୍ରଶଂସା କରିଛନ୍ତି । ଭିଡ଼ିଓ କଲିଂରେ ଅଭିନେତା ସବ୍ୟସାଚୀ” ଅନନ୍ୟା” ସହିତ ସାମିଲ ହେଉଛନ୍ତି । ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଭରୁଛନ୍ତି ଅଭିନେତା ସବ୍ୟସାଚି । ସବ୍ୟସାଚି ଯେବେ ନୟାଗଡ଼ ଆସିବେ ଅନନ୍ୟା ଫାଉଣ୍ଡେସନ ସହ ଦେଖା କରିବେ ପ୍ରତିଶୃତି ଦେଇଛନ୍ତି । ଯେଉଁଠି କେଉଁ ମାନସିକ ବିକୃତ ବ୍ୟକ୍ତିଙ୍କୁ ଦେଖନ୍ତି ସଙ୍ଗେ ସଙ୍ଗେ ତାଙ୍କ ସେବାରେ ଲାଗିଯାଆନ୍ତି । ବର୍ଷ ବର୍ଷ ଧରି ମୁଣ୍ଡର ଚୁଟି ଓ ଦାଢ଼ି କାଟିନଥିବା ମାନସିକ ବିକୃତ ମାନଙ୍କୁ ନିଜ ହାତରେ ଚୁଟି ଓ ଦାଢ଼ି କାଟି ଗାଧୋଇ ସଫା ସୁତରା କରେଇଦିଅନ୍ତି । ପରେ ସେମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ଦେଇଥାନ୍ତି । କରୋନା ମହାମାରୀ ଯୋଗୁଁ ମାନସିକ ବିକୃତ ବ୍ୟକ୍ତିମାନେ ଖାଦ୍ୟମୁଠାଏ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । “ମାନବ ସେବା ହିଁ ମାଧବ ସେବାକୁ ଧର୍ମ କରି ନିଜ ପକେଟ ଖର୍ଚ୍ଚରୁ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥାନ୍ତି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ । ଅନନ୍ୟା ଫାଉଣ୍ଡେସନରେ ପାଖାପାଖି 60 ଜଣ ସଦସ୍ୟ ଅଛନ୍ତି । ସମସ୍ତେ ଯୁବକ ପାଗଳଙ୍କୁ ସେଵା ଯୋଗାଇବା ପାଇଁ ନିଜର ପକେଟ ଖର୍ଚ୍ଚକୁ ସଂଚୟ କରିଥାନ୍ତି ସ୍ୱେଚ୍ଛାସେବୀମାନେ । ତେବେ ମାନସିକ ବିକୃତଙ୍କ ସେବା କରି ନିଜକୁ ବେଶ ଖୁସି ଅନୁଭବ ହେଉଥିବା ସଂଗଠନର ସ୍ଵେଛାସେବି ମାନେ କହିଛନ୍ତି । ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ “ଅନନ୍ୟା” ସେବା କାର୍ଯ୍ୟ କରିଥାଏ । ଅନନ୍ୟା ଫାଉଣ୍ଡେସନ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।

LEAVE A REPLY

Please enter your comment!
Please enter your name here