27.1 C
Bhubaneswar
Saturday, July 27, 2024
Homeଓଡିଶାନବୀନ ପୁରା ଫିଟ୍‌

ନବୀନ ପୁରା ଫିଟ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ତ୍ୟବସ୍ଥା ନେଇ ବିଭିନ୍ନ ସମୟରେ ନାନା ପ୍ରକାର ଆଲୋଚନା କରାଯାଉଛି । ବିରୋଧୀ ଦଳମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି ଓ ସନ୍ଦେହ ମଧ୍ୟ ପ୍ରକାଶ କରିଛନ୍ତି । ହେଲେ ଆଜି ବିଧାନସଭା ବାଚସ୍ପତି ନିର୍ବାଚନ ସମୟରେ ଯେଉଁଭଳି ଭାବରେ ନିଜର ଫିଟ୍‌ନେସ୍‌ର ପରିଚୟ ମୁଖ୍ୟମନ୍ତ୍ରୀ ଦେଲେ ତାହା ସମସ୍ତ ସନ୍ଦେହକାରୀଙ୍କ ମୁହଁ ବନ୍ଦ କରିଦେବ ।

ମୁଖ୍ୟମନ୍ତ୍ରୀ ଚାଲିପାରୁ ନାହୁଁନ୍ତି ଓ ବିନା ସହାୟତାରେ ପାଦେ ଆଗକୁ ବଢ଼ି ପାରୁ ନାହାଁନ୍ତି କି ପାହାଚ ଚଢ଼ିପାରୁ ନାହାଁନ୍ତି ବୋଲି ଅଭିଯୋଗ କରାଯାଉଥିଲା । ଏହି ସବୁର ଏବେ ଅନ୍ତ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭାର ପ୍ରଥମ ନୂତନ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତିଙ୍କ ଆସନକୁ ପାଛୋଡ଼ି ନେବା ବେଳେ ନବୀନ ଏକାକି ଚାଲିଚାଲି ଯିବା ସହ ପୋଡ଼ିୟମ ଉପରକୁ ଯିବାକୁ ପାହାଚ ଚଢ଼ିଥିଲେ ଓ ଏକାକି ପାହାଚରୁ ଓହ୍ଲାଇ ନିଜ ଆସନକୁ ଆସିଥିଲେ ଏବଂ ଭାଷଣ ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking