27.1 C
Bhubaneswar
Saturday, July 27, 2024
Homeଅପରାଧପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଶେରଗଡ: ଶେରଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହପୁର ଗ୍ରାମରେ ଆଜି ସୂର୍ଯ୍ୟ ଗୌଡ(୩୫) ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂର୍ଯ୍ୟ ଆଜି ସକାଳୁ ଶୌଚ ନିମନ୍ତେ ଗ୍ରାମ ନିକଟରେ ଥିବା ପାହାଡ଼ ନିକଟକୁ ଯାଇଥିବା ବେଳେ ସେଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ହାଣି ପକାଇ ଦେଇଥିଲେ । ଗୁରୁତର ସୂର୍ଯ୍ୟଙ୍କୁ ଦମକଳ ବାହିନୀ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ଆସିକା ଏସଡିପିଓ ଉମା ଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ଶେରଗଡ଼ ଥାନା ଏସଆଇ ସତ୍ୟଜିତ ବେଣିଆ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂର୍ଯ୍ୟଙ୍କ ମୁହଁ, ବେକ, ଦୁଇ ହାତ, ମୁଣ୍ଡକୁ ଅତି ନିର୍ମମ ଭାବେ ହାଣି ଦେଇଛନ୍ତି ଦୁର୍ବୃତ୍ତ । ତେବେ ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ପ୍ରଦାନ କରିଛି । ମୃତ ସୂର୍ଯ୍ୟଙ୍କ ମା ଝୁନୁ ଗୌଡ଼ ତାଙ୍କ ପୁଅକୁ ଲକ୍ଷ୍ମୀନୃସିଂହପୁର ଗ୍ରାମର ପିଣ୍ଟୁ ଗୌଡ଼ ଏବଂ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବଶତ୍ରୁତାର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ଅଭିଯୋଗକୁ ଭିତ୍ତିକରି ଶେରଗଡ଼ ଥାନାରେ ୪୭୯/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking