28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୬ ଦେଶ ଓ ୨୫ ହଜାର ସୈନିକଙ୍କୁ ନେଇ ନୌସେନା ଅଭ୍ୟାସ କଲା ଆମେରିକା

୨୬ ଦେଶ ଓ ୨୫ ହଜାର ସୈନିକଙ୍କୁ ନେଇ ନୌସେନା ଅଭ୍ୟାସ କଲା ଆମେରିକା

ବେଜିଙ୍ଗ: ବିଶ୍ବର ଦୁଇ ସୁପରପାୱାର ଆମେରିକା ଓ ଚୀନ ସେନା ତାଇୱାନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଚୀନ୍ ସାଗର ଦୁଇ ମହାଶକ୍ତିଙ୍କ ଯୁଦ୍ଧ ଆଖଡ଼ାରେ ପରିଣତ ହେବା ଦେଖିବାକୁ ମିଳୁଛି। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଙ୍କ ତାଇୱାନ ଗସ୍ତକୁ ଚୀନ ଖପ୍ପା ହୋଇଛି । ଏହାରି ଭିତରେ ଚୀନ୍ କ୍ରୋଧାନ୍ବିତ ହୋଇ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାଇୱାନ୍ ଦ୍ବୀପ ଚାରିପଟେ ସମରାଭ୍ୟାସ ବୃଦ୍ଧି କରିଛି। କିନ୍ତୁ ଚୀନ ଏହା ଭୁଲିଯାଇଛି ଯେ ଚୀନ ଭଳି ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ପରିଚାଳିତ ବିଶ୍ୱର ସର୍ବବୃହତ ନୌସେନା ଅଭ୍ୟାସ ଚାଲିଛି। ଏଥିରେ ଆମେରିକା ସହିତ ୨୬ଟି ଦେଶର ନୌସେନା ଏହି ଅଭ୍ୟାସରେ ଭାଗ ନେଉଛନ୍ତି । ବିଶେଷ କଥା ହେଉଛି ଏହି ଅଭ୍ୟାସରେ ଭାରତର ନୌସେନା ଏବଂ ସ୍ୱତନ୍ତ୍ର ବାହିନୀ ମଧ୍ୟ ଭାଗ ନେଇଛନ୍ତି। ଉଲ୍ଲେଖଥାଉ କି, ଏହି ଅଭ୍ୟାସ ପ୍ରଶାନ୍ତ ମହାସାଗରରେ ଗତ ୪୦ ବର୍ଷ ମଧ୍ୟରେ ପ୍ରତି ଦୁଇ ବର୍ଷରେ ହେଉଥିବାବେଳେ ଏଥିରେ ଆମେରିକା ଏବଂ ଆମେରିକାର ସହଯୋଗୀ ନୌସେନା ଅଂଶଗ୍ରହଣ କରୁଛନ୍ତି। କିନ୍ତୁ ଚୀନ୍-ତାଇୱାନ ବିବାଦ କାରଣରୁ ଚଳିତ ବର୍ଷ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking