30.1 C
Bhubaneswar
Wednesday, April 24, 2024
Homeଓଡିଶାଯାଜପୁରବ୍ୟାସ ସରୋବର ବିକାଶକୁ ପ୍ରତିବନ୍ଧକ

ବ୍ୟାସ ସରୋବର ବିକାଶକୁ ପ୍ରତିବନ୍ଧକ

ଯାଜପୁର : ଯାଜପୁର ଜିଲ୍ଲା ପୁରାଣ ପ୍ରସିଦ୍ଧ ପର‌୍ୟ୍ୟଟନ ମାନଚିତ୍ର ସ୍ଥାନ ପାଇ ଥିବା ବ୍ୟାସ ସରୋବର ବିକାଶକୁ ବିଭିନ୍ନ ଆଳ ଦେଖୋଇ ପ୍ରତିବନ୍ଧକ ସୃଷ୍ଟି କରା ଯାଉଛି । ବ୍ୟାସ ନଗରର ସହର ବିକାଶକୁ ବାଧା ସୃଷ୍ଟି କରିବା ବୃଦ୍ଧିଜୀବି ମହଲରେ ନା ପସନ୍ଦ ସୃଷ୍ଟି କରା ଯାଉଛି । ରାଉରକେଲା, ଭୁବନେଶ୍ୱର ଓ ଅନନ୍ୟା ଅଞ୍ଚଳ ଜଙ୍ଗଲ ଜମିରେ ବିକାଶ କାର‌୍ୟ୍ୟ ହେଉଛି କିନ୍ତୁ ବ୍ୟାସନଗର ସହରରେ ଓଲଟା ବିକାଶକୁ ପ୍ରତିବନ୍ଧକ ସୃଷ୍ଟି କରା ଯାଉଛି ,ସହର କିପରି ବିକାଶ ଧାରାରେ ସାମିଲ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବ୍ୟାସ ସରୋବର ପ୍ରକଳ୍ପରେ ବିନା ଅନୁମତିରେ ଜଙ୍ଗଲ ଜମି ବ୍ୟବହାର ଅଭିଯୋଗକୁ ନେଇ ଦାଏର ମାମଲାକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ଗୁରୁତର ସହିତ ଗ୍ରହଣ କରିଛନ୍ତି। ଏ ସଂପର୍କିତ ମାମଲାକୁ ବିଚାର ପାଇଁ ଏନଜିଟି ଗ୍ରହଣ କରି ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ନୋଟିସ୍ ଜାରି କରିବା ସହିତ ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡିଏଫଓ ଓ ଜିଲ୍ଲାପାଳ ଏହି ମାମଲାରେ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବେ ବୋଲି ଏନଜିଟି କହିବା ସହିତ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର‌୍ୟ୍ୟ କରିଛନ୍ତି। ଦିଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଅଞ୍ଚଳରେ ବ୍ୟାସନଗର ପୌରପାଳିକା ଅଧୀନରେ ଏହି ପ୍ରକଳ୍ପ କାର‌୍ୟ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ପାଇଁ ଏହି ପ୍ରକଳ୍ପ କରାଯାଇଥିବା କୁହାଯାଇଥିଲା। ବ୍ୟାସନଗର ତହସିଲ ଅନ୍ତର୍ଗତ ମୁଣ୍ଡମାଳ ମୌଜାର ୧୦୫ ଏକର ୪୫ ଡେସିମିଲ ଜମିରେ ଏହି ପ୍ରକଳ୍ପ କାର‌୍ୟ୍ୟ କରାଯାଉଛି। ଏଥିମଧ୍ୟରେ ୩୩ ଏକର ୯୭ ଡେସିମିଲ ଜଙ୍ଗଲ କିସମ ଜମି ଓ ୩୭ ଏକର ଆର୍ଦ୍ରଭୂମି ରହିଛି। ପ୍ରାୟ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ବିଭିନ୍ନ ନିର୍ମାଣ କରାଯାଉଥିବାରୁ ଏଥିପାଇଁ ପରିବେଶ ମଞ୍ଜୁରି ଆବଶ୍ୟକ। ଜଙ୍ଗଲ କିସମ ଜମି ବ୍ୟବହାର ହେଉଥିବାରୁ ଜଙ୍ଗଲ ଅନୁମତି ମଧ୍ୟ ଆବଶ୍ୟକ। ଏଥିସହିତ ଆର୍ଦ୍ରଭୂମି ସୁରକ୍ଷା ପାଇଁ ରହିଥିବା ୱେଟଲ୍ୟାଣ୍ଡ (କଞ୍ଜରଭେସନ ମ୍ୟାନେଜମେଣ୍ଟ) ରୁଲ୍ସର ମଧ୍ୟ ଉଲ୍ଲଂଘନ କରାଯାଇ ଏହି ପ୍ରକଳ୍ପ କାର‌୍ୟ୍ୟ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking