20.1 C
Bhubaneswar
Thursday, January 23, 2025
Homeଖେଳଜାତୀୟ ୱେଟ୍‌ଲିଫ୍‌ଟିଂ: ଦିନକରେ ଭାଙ୍ଗିଲା ୨୧ ରେକର୍ଡ

ଜାତୀୟ ୱେଟ୍‌ଲିଫ୍‌ଟିଂ: ଦିନକରେ ଭାଙ୍ଗିଲା ୨୧ ରେକର୍ଡ

ଭୁବନେଶ୍ୱର: ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନ୍‌ଡୋର୍ ଷ୍ଟାଡିୟମ୍‌ଠାରେ ଚାଲିଥିବା ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପରେ ଶୁକ୍ରବାର ଦିନକ ଭିତରେ ପ୍ରତିଯୋଗୀମାନେ ୨୧ଟି ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ଏଥିସହ ସ୍ନାଚ, କ୍ଲିନ ଏଣ୍ଡ ଜର୍କ ଓ ମୋଟ ଓଜନ ଉଠାଇବାରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରତିଯୋଗିତା ପ୍ରାରମ୍ଭରୁ ୮୧ କିଗ୍ରା ଓଜନ ବର୍ଗର ୟୁଥ ଓ ଜୁନିୟର ବର୍ଗର ପ୍ରତିଯୋଗୀମାନେ ପରସ୍ପରର ରେକର୍ଡ ଭାଙ୍ଗିଚାଲିଥିଲେ ଓ ୟୁଥରେ ୧୭ ଜଣ ଏବଂ ଜୁନିୟରରେ ୪ ଜଣ ପ୍ରତିଯୋଗୀ ପୁରୁଣା ଜାତୀୟ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ ।

ସେହିପରି ୮୧ କିଗ୍ରା ଓଜନ ବର୍ଗରେ ୟୁଥ ସ୍ନାଚରେ ପୂର୍ବରୁ ଥିବା ୧୨୧ କିଗ୍ରା ରେକର୍ଡକୁ ପ୍ରଥମେ ଆନ୍ଧ୍ରପ୍ରଦେଶର ଜି. ରବି କୁମାର ଭାଙ୍ଗିଥିଲେ । ପରେ ଏହି ରେକର୍ଡକୁ ପଞ୍ଜାବ ଓ ଉତ୍ତରପ୍ରଦେଶର ପ୍ରତିଯୋଗୀ ମଧ୍ୟ ବ୍ରେକ୍ କରିଥିଲେ । ଶେଷରେ ଅଜୟ ବାବୁ ଉଭୟ ୟୁଥ ଓ ଜୁନିୟର ୮୧ କିଗ୍ରା ବର୍ଗରେ ୧୩୪ କିଗ୍ରା ଉତ୍ତୋଳନ ପୂର୍ବକ ପୂର୍ବରୁ ଥିବା ରେକର୍ଡକୁ ନିଜ ନାମରେ କରିଥିଲେ । ଏହାଛଡ଼ା କ୍ଲିନ ଏଣ୍ଡ ଜର୍କରେ ପୂର୍ବରୁ ଥିବା ୧୪୮ କିଗ୍ରାର ରେକର୍ଡକୁ ମିଜୋରାମର ଲାଲରୁଆତଫଲା ୧୫୧ କିଗ୍ରା ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ଆନ୍ଧ୍ରର ରବି କୁମାର ୧୫୩ ଓ ୧୫୮ କିଗ୍ରା ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ଶେଷରେ ଏହାକୁ ଅଜୟ ବାବୁ ୧୬୧ କିଗ୍ରା ଉତ୍ତୋଳନ ପୂର୍ବକ ଭାଙ୍ଗିବା ସହ ସର୍ବଶ୍ରେଷ୍ଠ ରେକର୍ଡ ପ୍ରତିଷ୍ଠା କରିଥିଲେ ।

ପୂର୍ବରୁ ଥିବା ୨୬୭ କିଗ୍ରାର ରେକର୍ଡକୁ ପର୍ଯ୍ୟାୟ କ୍ରମେ ରବି କୁମାର, ଲାଲରୁଆତଫଲା ଓ ତେଲେଙ୍ଗାନାର ଡି. ଗଣେଶ ଭାଙ୍ଗିଚାଲିଥିଲେ । ପୂର୍ବପରି ଶେଷରେ ଉଭୟ ୟୁଥ ଓ ଜୁନିୟରରେ ମୋଟ ୨୯୫ କିଗ୍ରା ଉତ୍ତୋଳନ କରି ଅଜୟ ବାବୁ ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ଅନ୍ୟପକ୍ଷରେ ୮୧ କିଗ୍ରା ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ଅଜୟ ବାବୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଓଜନ ବର୍ଗରେ ସିନିୟରରେ ଏସଏସସିବିର ଅଜୟ ସିଂ ଓ ଆନ୍ତଃରାଜ୍ୟ ପୁରୁଷ ସିନିୟରରେ ହରିଆଣାର ଦୀପକ ଲାଠେର ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କିଗ୍ରା ଉତ୍ତୋଳନ କରି ଅଜୟ ବାବୁ ସ୍ୱର୍ଣ୍ଣ, ମୋଟ ୨୮୦ କିଗ୍ରା ଉତ୍ତୋଳନ କରି ରବି କୁମାର ରୌପ୍ୟ ଓ ୨୭୬ କିଗ୍ରା ଉତ୍ତୋଳନ କରି ଡି.ଗଣେଶ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି ।

ଏହାଛଡ଼ା ପୁରୁଷ ଜୁନିୟର ବର୍ଗରେ ଅଜୟ ବାବୁ ସମାନ ୨୯୫ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆସାମର ତ୍ରିଦୀପ ବ୍ରାଉହ ୨୯୨ କିଗ୍ରା ଉତ୍ତୋଳନ ପୂର୍ବକ ରୌପ୍ୟ ଓ ଛତିଶଗଡ଼ର ଭାବଶ ସାରଙ୍ଗ ୨୮୩ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାତେଇଛନ୍ତି । ଆହୁରି ସିନିୟର ପୁରୁଷ ୮୧ କିଗ୍ରା ଓଜନ ବର୍ଗରେ ଏସଏସସିବିର ଅଜୟ ମୋଟ ୩୧୫ କିଗ୍ରା ଉତ୍ତୋଳନ ପୂର୍ବକ ସ୍ୱର୍ଣ୍ଣ, ୩୧୪ କିଗ୍ରା ଉତ୍ତୋଳନ ସହ ଦୀପକ ଲାଥେର ରୌପ୍ୟ ଓ ୩୦୧ କିଗ୍ରା ଉତ୍ତୋଳନ କରି ମହାରାଷ୍ଟ୍ରର ଅଭିଷେକ ନିପାନେ ବ୍ରୋଞ୍ଜ ଜିତିଛନ୍ତି । ଏହାଛଡ଼ା ଆନ୍ତଃରାଜ୍ୟ ପୁରୁଷ ସିନିୟର ୮୧ କିଗ୍ରା ଓଜନ ବର୍ଗରେ ଦୀପକ ଲାଥେର ସ୍ୱର୍ଣ୍ଣ, ଅଭିଷେକ ନିପାନେ ରୌପ୍ୟ ଓ ଆସାମର ପପୁଲ ଚାଙ୍ଗନାଇ ବ୍ରୋଞ୍ଜ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking