14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶବଜେଟ ସମ୍ବନ୍ଧୀୟ ଆଲୋଚନାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ ଅଂଶ ଗ୍ରହଣ

ବଜେଟ ସମ୍ବନ୍ଧୀୟ ଆଲୋଚନାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ ଅଂଶ ଗ୍ରହଣ

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆହୁତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଅଧିବେଶନରେ ଡଃ ରାମଚନ୍ଦ୍ର ଖୁଂଟିଆ, ଅଂଶ ଗ୍ରହଣ କରି ନିଜର ମନ୍ତବ୍ୟ ରଖିଥିଲେ ରାଜ୍ୟରେ ୨୨.୩୯ ଲକ୍ଷ ଶ୍ରମିକଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭ୍ୟଭୁକ୍ତ କରିଛି ଏବଂ ସେମାନଙ୍କ ସ୍ୱାର୍ଥକୁ ସାକାର କରିବା ପାଇଁ ଅତିକମରେ ଅଂସଗଠିତ କ୍ଷେତ୍ରରେ ର୍କ୍ୟାରତ ଶ୍ରମିକମାନଙ୍କ ପାଇଁ ୫୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରି ସେମାନଙ୍କ ପାଇଁ ଏକ ଶ୍ରମିକ ମଙ୍ଗଳ ପରିଷଦ ଗଠନ କରି ଉକ୍ତ ଅର୍ଥକୁ ବିନିୋଗ କରି ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ।

ଅନ୍ୟପକ୍ଷରେ ସର୍ବନିମ୍ନ ୫୦୦ କୋଟି ଟଙ୍କା ନିର୍ମାଣ ଶ୍ରମିକ ମଙ୍ଗଳ ପରିଷଦ ପାଇଁ ଉପଲବ୍ଧ କରାଯାଉ । ପ୍ରଚଳିତ ବାଧ୍ୟକଭତାକୁ ୩୦୦୦ ଟଙ୍କାକୁ ବର୍ଦ୍ଧିତ କରାଯାଉ । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ ର୍କ୍ୟାରତ ସମସ୍ତ ଜଙ୍ଗଲ ଶ୍ରମିକ, କୃଷି ଶ୍ରମିକ ମାନଙ୍କୁ ଅନ୍ୟ କର୍ମସଂସ୍ଥାନ ମାଧ୍ୟମରେ ଅନ୍ତତଃ ବର୍ଷକୁ ୩୬୫ ଦିନ ର୍କ୍ୟା ଦିବସର ବ୍ୟବସ୍ଥା କରାଯାଉ । ଏହାଦ୍ୱାରା ଆମ ରାଜ୍ୟର ଶ୍ରମିକମାନେ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକଭାବେ ଯିବେ ନାହିଁ । କେରଳ ଓ ତାମିଲନାଡ଼ୁ ରାଜ୍ୟଭଳି ଆମ ଓଡ଼ିଶା ସରକାର କୃଷି ଶ୍ରମିକ, ପରିବହନ ଶ୍ରମିକ, ଜଙ୍ଗଲ ଶ୍ରମିକ, ଅଙ୍ଗନୱାଡ଼ି ଶ୍ରମିକ, ଝାଡ଼ୁଦାର, ପାଚିକା, ଠିକା ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରି ତାଙ୍କ ସାମାଜିକ ସୁରକ୍ଷାକୁ ସୁରକ୍ଷିତ କରନ୍ତୁ । ରାଜ୍ୟରେ ସମସ୍ତ ଓଡ଼ିଆ ମାଧ୍ୟମ ସ୍କୁଲକୁ ପବ୍ଲିକ୍ ସ୍କୁଲ ଭଳି ଶକ୍ତିଶାଳି କରିବା ପାଇଁ ସ୍ୱତନ୍ତ୍ର ଅର୍ଥବ୍ୟବସ୍ଥା କରାଯାଉ ଏବଂ ଅର୍ଥ ବିଭାଗକୁ ଅଧିକ ଅର୍ଥ ବରାଦ କରି ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜାତୀୟସ୍ତରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ଏନ୍.ଏମ୍.ଆର ଓ ଠିକା ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀ ବା ରାଷ୍ଟ୍ରାୟତ ଉଦ୍ୟେଗ କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଉ ।

ବର୍ତମାନ ସାରା ରାଜ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମବିଭାଗର କାର୍ଯ୍ୟଳୟ ଗୁଡ଼ିକରେ ଅଫିସର ଓ କର୍ମଚାରୀମାନଙ୍କର ଘୋର ଅଭାବ ଅଛି । ତେଣୁ ତୁରନ୍ତ ଅଧିକ ବଜେଟ ପ୍ରଦାନ କରି ଶ୍ରମ ବିଭାଗରେ ସମସ୍ତ ଖାଲିଥିବା ପଦବୀକୁ ପୂରଣ କଲେ ଶ୍ରମ ବିଭାଗ ର୍କ୍ୟାକ୍ଷମ ହେବା ସହିତ ନିର୍ମାଣ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ଶୀଘ୍ର ପାଇପାରିବେ । ଏ ସମସ୍ତ ବିଷୟକୁ ସମ୍ମାନୀୟ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ବିଚାରକୁ ନେଇ ବଜେଟ ପ୍ରସ୍ତାବ ଦେଲେ ସାରା ଓଡ଼ିଶା ବାସୀ ଉପକୃତ ହେବେ ବୋଲି ଡଃ ଖୁଂଟିଆ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking