29.1 C
Bhubaneswar
Thursday, May 2, 2024
Homeଓଡିଶାସଂକଟରେ ବୁଣାକାର ପରିବାର

ସଂକଟରେ ବୁଣାକାର ପରିବାର

ନର୍ଲା : କରୋନା ଉଜାଡି ଦେଲା କୂଳ ବେଉସା l ସଂକଟ ରେ ରାଜ୍ଯର ହଜାର ହଜାର ବୁଣାକାର ପରିବାର l ପ୍ରୋତ୍ସାହନ କଥା କହି ଭଣ୍ଡାଇ ଦେଲେ ରାଜ୍ଯ ସରକାର l ଲୁଗାରେ ପେଟ ପୋସୁଥିବା ଲୋକେ ଏବେ ଉପବାସ l ବୁଣାକାର ଟି ଦିନ ଯାକ ପରିଶ୍ରମ କରୁଥିଲେ ଚୂଳି ଜଳୁଥିଲା l କିନ୍ତୁ କରୋନା ପାଇଁ ଏବେ ଚାଳୁନି ତନ୍ତ l ହାତ ବାନ୍ଧି ବସିଛନ୍ତି ବୁଣାକାର ପରିବାର l ଏ ହେଉଛି କଳାହାଣ୍ଡି ଧର୍ମଗଡ ରେ ରହୁଥିବା ବୁଣାକାର ପରିବାର ଙ୍କ ଚିତ୍ର l ବ୍ଲକ୍ ର ଜୟନ୍ତପୁର ଅଞ୍ଚଳରେ ଏବେ ଦୁଦ୍ଦିନରେ ଜିବନ ବିତାଉଛନ୍ତି ଏସବୁ ପରିବାର l ଲୁଗା ଗାମୁଛା ସାଢି ବୁଣିଲେ ବୁଣା ମଜୁରିରେ ପରିବାର ପେଟକୁ ଦାନା ଯାଏ l ମାତ୍ର କରୋନା ପାଇଁ କଞ୍ଚାମାଳ ଆସି ପାରୁନି କିମ୍ବା ଯାହା କରିଥିଲେ ସେସବୁ ବିକ୍ରି ହୋଇ ପାରୁନି l ଯାହା ଏବେ ବୁଣାକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l

ସରକାର ଙ୍କ କହିବା ଅନୁସାରେ ବୁଣାକାର ସେବା ସମଃବାୟ ସମିତି ମାଧ୍ଯମରେ ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ ଠାରୁ ସୁତା କିଣି ଥାନ୍ତି ବୁଣାକାର ମାନେ l କିନ୍ତୁ ଗତ ବର୍ଷ ବିଧାନସଭାରେ ସରକାର ରଖିଥିବା ତଥ୍ଯ ଅନୁସାରେ ରାଜ୍ଯରେ ୬୬ ଟି ହସ୍ତତନ୍ତ ବା ହେଣ୍ଡଲୋମ୍ କ୍ଲଷ୍ଟର ରହିଥବା ବେଳେ ୪୭୦ ଟି ହସ୍ତ ଶିଳ୍ପ ବା ହେଣ୍ଡ କ୍ରାପ୍ଟ୍ କ୍ଲଷ୍ଟର ତିଆରି ହୋଇଛି l ଆଉ ବୟନ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତର ଥିଲା ରାଜ୍ଯରେ ୧ ଲକ୍ଷ ୨୨ ହଜାର ୩୩୫ ଜଣ ବୁଣାକାର ହସ୍ତତନ୍ତ କ୍ଷେତ୍ରରେ ନିଜକୁ ନିୟୋଜିତ କରି ଜିବିକା ନିର୍ବାହ କରୁଛନ୍ତି l କିନ୍ତୁ କଳାହାଣ୍ଡିରେ ସତାଧିକ ବୁଣାକାର ପରିବାର ଲୁଗା ବୁଣୁଥିବା ବେଳେ ସରକାରଙ୍କ ତାଲିକାରେ ମାତ୍ର ୮୭ ବୁଣାକାର ପରିବାରଙ୍କୁ ପଞ୍ଜିକୃତ କରାଯାଇଛି l ତେବେ ଏହି ବୁଣାକାର ପଞ୍ଜିକରଣ ରୁ ବାଦ ପଡିଛନ୍ତି ଅନେକ ବୁଣାକାର ପରିବାର l  ଏପରି କି ପିଢି ପିଢି ଧରି ଲୁଗା ବୁଣା କାର୍ଯ୍ଯ କରି ଆସୁଥିଲେ ମଧ୍ଯ ତାଲିମ ଦେବା ତ ଦୁରର କଥା , ସେମାନଙ୍କୁ ନାଁ ମିଳିଛି ସରକାରୀ ସହାୟତା କି ନାଁ ମିଳିଛି ବୁଣାକାର ପରିଚୟ ପତ୍ର l ଅନ୍ଯପଟେ ବୁଣାକାର ପରିବାର ମାନଙ୍କୁ ପ୍ରୋତ୍ସାହନ ଦେବାକୁ ପକ୍କାତନ୍ତ ଶାଳା ତଥା ବାସଗୃହ ଦେବାପାଇଁ ପ୍ରୋତ୍ସାହନ ଦେଇଥିଲେ l ପ୍ରଧାନମନ୍ତ୍ରୀ ଜିବନ ଜ୍ଯୋତି ବିମା ଏବଂ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ଯ ବିମାରେ ବୁଣାକାର ପରିବାରଙ୍କୁ ସାମିଲ କରା ଯାଇଥିଲା l

ମନ୍ତ୍ରୀ କହିଥିଲେ ବୁଣାକାରଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ପ୍ରତ୍ସାହନ ଯୋଗାଇ ଦେଉଛନ୍ତି ସରକାର l ବାର୍ଷିକ ୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି ଉପରେ ପ୍ରାଥମିକ ତନ୍ତବାୟ ସହଯୋଗ ସମିତି ମାନଙ୍କୁ ୧୦ ପ୍ରତିଷତ ରିହାତି ମିଳୁଛି l କିନ୍ତୁ ଏ ସବୁ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି ଜୟନ୍ତପୁର ଗାଁର ବୁଣାକାର ପରିବାର l ତେବେ ଜିଲ୍ଲାରେ ବୁଣାକାର ମାନଙ୍କ ପାଇଁ କୌଣଷି ସୁବିଧା ମିଳୁ ନଥିବା ରୁ ପଡୋଶି ରାଜ୍ଯ ଛତିଶଗଡରୁ ସୁତା ଆଣି ଲୁଗା ତିଆରୀ କରୁଥିବା କହିଛନ୍ତି ବୁଣାକାର ମାନେ l ବର୍ତ୍ତମାନ ସ୍ଥିତିରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଏମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ସରକାରୀ ପ୍ରୋତ୍ସାହନ l ତେବେ ସରକାର କହିଛନ୍ତି ବୁଣାକାରଙ୍କ ପାଇଁ ବହୁତ କିଛି ହୋଇଛି l କିନ୍ତୁ ବାସ୍ତବାତା ଏଠି ଭିନ୍ନ ବୟାନ କରୁଛି l

ଏବେବି ବୁଣାକାରଙ୍କ ଆର୍ଥିକ ସୁରକ୍ଷା ପାଇଁ କିଛି କରି ନାହାନ୍ତି ସରକାର l ବର୍ତ୍ତମାନ ବିପତ୍ତି ସମୟରେ ବୁଣାକାରଙ୍କ ପାଇଁ କୌଣଷି ବ୍ଯବସ୍ଥା କରି ନାହାନ୍ତି ସରକାର l ବ୍ଯବସାୟ ଠପ୍ ଥିବାବେଳେ ବୁଣାକାରଙ୍କ ବିକଳ୍ପ ବ୍ଯବସ୍ଥା କରିବା ସରକାରଙ୍କ ଦାୟୀତ୍ବ ନୁହେଁ କି l ଲକ୍ଷାଧିକ ବୁଣାକାରଙ୍କ ଜିବନ ଜିବିକା ବିପର୍ଣ୍ଣ ଥିବାବେଳେ କାହିଁକି ଆଖି ବୁଜି ଦେଉଛନ୍ତି ରାଜ୍ଯ ସରକାର l ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ଯାକେଜ୍ ଘୋଷଣା କରିବେ କି ସରକାର l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking