ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ନନ୍ଦିଘୋଷ ରଥ ଚକ ଶ୍ରୀଅଲାରନାଥ ମନ୍ଦିରକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା କରି ନିଆଯାଇଛି । ଭୋଇ ସେବକ ମାନେ ରଥ ଚକକୁ ଆଣି ସୁନ୍ଦର ଭାବରେ ସଜାହୋଇ ରହିଥିବା ଏକ ଗାଡ଼ିରେ ରଖି ଥିଲେ । ପରେ ପରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଶ୍ରୀ ଅଲାରନାଥ ପରିଚାଳନା କମିଟି ସଦସ୍ୟ ଓ ସେବାୟତ ମାନେ ଏହି ଚକରେ ଫୁଲମାଳ ଚନ୍ଦନ ଲଗାଇ ବାଡ଼ିଖେଳ, ଗୌଡ଼ବାଡି ଖେଳ, କୀର୍ତ୍ତନ ଓ ଘଣ୍ଟଘଣ୍ଟା ମୃଦଙ୍ଗର ପରିବେଶ ମଧ୍ୟରେ ରଥଚକ ବ୍ରହ୍ମଗିରିର ଶ୍ରୀଅଲାରନାଥ ପୀଠକୁ ନେଇଥିଲେ । ପୁରୀ ଜିଲ୍ଲା ବ୍ରହ୍ମଗିରୀର ଶ୍ରୀଅଲାରନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣଚନ୍ଦ୍ର ମାଝିଙ୍କ ସହିତ ସେବାୟତ ସୁରେନ୍ଦ୍ର ସୁଆର, ନୀଳମଣୀ ସୁଆର, ଜିଲ୍ଲାପରିଷଦ ସଭ୍ୟ କୈଳାଶ ପରିଡା, ରମାସଙ୍କର ପାତ୍ର, କାଶୀନାଥ ନାୟକ, ଦନାର୍ଦନ ପଣ୍ଡାଙ୍କ ସହିତ ବ୍ରହ୍ମଗିରି ଅଞ୍ଚଳର ଶତାଧିକ ଭକ୍ତ ଓ ଅଲାରପୁର ଗ୍ରାମବାସୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକକୁ ଏକ ଧାର୍ମିକ ପରିବେଶ ମଧ୍ୟରେ ଝାଞ୍ଜ କୀର୍ତ୍ତନର ତାଳେତାଳେ ବିରାଟ ଶୋଭାଯାତ୍ରାରେ ଶ୍ରୀ ଅଲାରନାଥ ମନ୍ଦିରକୁ ନେଇଥିଲେ ।