40.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାରେ ହେବ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

ଓଡ଼ିଶାରେ ହେବ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷାରେ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଓଡ଼ିଶାରେ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ । ଏଥିପାଇଁ ୩୩୦.୧୭ କୋଟି ମଞ୍ଜୁର କରାଯାଇଛି । ତାହା ଆଗାମୀ ୫ ବର୍ଷ ଅର୍ଥାତ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ବ୍ୟୟବରାଦ ହେବ । ରାଜ୍ୟ କ୍ୟାବିନେଟ୍ ବୈଠକରେ ଉକ୍ତ ପ୍ରସ୍ତାବ ଅନୁମୋଦନ ଲାଭ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଡାକ୍ତରୀ ଶିକ୍ଷାରେ ମାନ ବୃଦ୍ଧି ସହିତ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ପାରାମେଡିକାଲଙ୍କର ନିଯୁକ୍ତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏଭଳି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଛି । ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନଗୁଡ଼ିକ ଏଥିରେ ଅନୁବନ୍ଧିତ ହେବେ । ସେହିପରି ଶ୍ରୀଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନରେ ୨ ଏକର ଜମିରେ ପଞ୍ଜିକରଣ ଫି’ ଛାଡ଼ କରାଯାଇଛି ।

ଶ୍ରୀ ଜେନା କହିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍‌ôବିଦ୍ୟାଳୟ(ଭିସୁଟ୍‌)ର ରୂପାନ୍ତର ପାଇଁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ଏହାର ଉନ୍ନତୀକରଣ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୦୦୦ କୋଟି ମଞ୍ଜର ହୋଇଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଏହାର ମୂଳ କାରଣ ହେଉଛି ଏବେ ପଞ୍ଜିକରଣ ବନ୍ଦ୍ ରହିଛି । ବିଧାନସଭା ନଥିବାରୁ ନୂଆ ନିୟମ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ରାଜ୍ୟ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩ ଜରିଆରେ ପ୍ରଣୟନ ନିମନ୍ତେ ପ୍ରସ୍ତାବ ଆଣିଛନ୍ତି । ଅନ୍ୟପକ୍ଷରେ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱର ବିକଶିତ ଓ ଆକର୍ଷଣୀୟ କରିବା ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବାବେଳେ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୬.୨୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟ୍ଟକଳ ହୋଇଛି ।

ଉକ୍ତ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଓଡ଼ିିଆ ଫିଲ୍ମ ‘ଡେଲିଭରି ବୟ’ ଓ ‘ଜ୍ୱିଗାଟୋ’କୁ କରମୁକ୍ତ କରିବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ । ତାହା ରାଜ୍ୟ କ୍ୟଽିନେଟ୍‌ରେ ମଞ୍ଜୁରୀ ଲାଭ କରିଛି । ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶା ବେସରକାରୀ ଓ ଜୁନିଅର ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ହୋଇଛି । ରାଜ୍ୟର ଅବକାରୀ ପ୍ରଶାସନର ସଫଳ ପରିଚାଳନା ନମିନ୍ତେ ଅବକାରୀ କନେଷ୍ଟବଳ ଓ ସହକାରୀ ଅବକାରୀ ଉପନିରୀକ୍ଷକ ପଦବୀକୁ ଜିଲ୍ଲା ସ୍ତର, ଇଆଇ,ଇବି ସ୍ତରରୁ ଡିଭଜିନାଲ ସ୍ତର ଓ ରାଜ୍ୟ ସ୍ତରକୁ ରୂପାନ୍ତରିତ କରାଯିବ । ଏହି ପ୍ରସ୍ତାବରେ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking