29.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶନଖ ରଙ୍ଗ କହେ ଆପଣ କେଉଁ ରୋଗରେ ଆକ୍ରାନ୍ତ..

ନଖ ରଙ୍ଗ କହେ ଆପଣ କେଉଁ ରୋଗରେ ଆକ୍ରାନ୍ତ..

ଭୁବନେଶ୍ୱର: ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ । ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ ହେଉଛି ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି ।

ନଖର ରଙ୍ଗ ପରିବର୍ତ୍ତନ ଏହି ରୋଗକୁ ସୂଚାଏ …
୧) ନଖରେ ଗାର ପଡିଥିଲେ ଜାଣିବେ ଯେ, ଏହା ଭିଟାମିନ୍‌-ବି, ବି -୧୨, ଜିଙ୍କ ଅଭାବକୁ ସୂଚିତ କରେ ।
୨) ନଖଗୁଡ଼ିକରେ ଉଜ୍ଜ୍ୱଳତା ନଥିଲେ, ଶୁଖିଲା ଦିଶୁଥିଲେ ଥାଇରଏଡ୍ ପରି ସମସ୍ୟାର ଶିକାର ହେବାର ସଙ୍କେତ ହୋଇପାରେ।
୩) ନଖ ନୀଳ ପଡୁଥିଲେ ଜାଣିବେ ହୃଦୟ, ଫୁସଫୁସରେ ଅମ୍ଳଜାନ ଅଭାବର ଲକ୍ଷଣ ରହିଛି ।
୪) ନଖଗୁଡ଼ିକ ମଳିନ ଦେଖାଯାଉଛି, ତେବେ ଜାଣିବେ ଏହା ରକ୍ତହୀନତା, ହୃଦଘାତ, ଯକୃତ ରୋଗ ଏବଂ ପୁଷ୍ଟିହୀନତାର ଲକ୍ଷଣ ହୋଇପାରେ ।
୫) ନଖ ବକ୍ର ହେଉଥିଲେ ଜାଣିବେ ଯେ ଏହା ଏକ ଜେନେଟିକ୍ ସମସ୍ୟା । ଏହା ସହ ଯକୃତ ସମ୍ବନ୍ଧୀୟ ସମସ୍ୟା କିମ୍ବା ହାଇପୋକ୍ରୋମିକ୍ ରକ୍ତହୀନତାର ଲକ୍ଷଣ ହୋଇପାରେ ।
୬) ନଖର ଉପର ଭାଗରେ ଗୋଲାପୀ ରେଖା ଦେଖାଯାଉଥିଲେ ଜାଣିବେ ଏହା ଶରୀରର କିଛି ଗମ୍ଭୀର ରୋଗ, ହୃଦ ରୋଗ, ଗମ୍ଭୀର ସଂକ୍ରମଣ ଇତ୍ୟାଦିର ଲକ୍ଷଣ ।
୭) ହଳଦିଆ ନଖ ଥିଲେ ଜାଣିବେ ଫଙ୍ଗଲ ସଂକ୍ରମଣ ହେଉଛି । ଥାଇରଏଡ୍‌, ଫୁସଫୁସ ଏବଂ ମଧୁମେହ ଥିଲେ ନଖ ହଳଦିଆ ଦେଖାଯାଏ ।
୮) ନଖ ଧଳା ଦେଖାଗଲେ ଜାଣିବେ ଯେ ହେପାଟାଇଟିସ୍ ଅବା ଲିଭର ରୋଗରେ ସଂକ୍ରମିତ ।
୯)ନଖର ଘନତା ଅସ୍ୱାଭାବିକ ଭାବରେ ବଢିବାକୁ ଲାଗେ ଅବା ମୋଟା ହେବାକୁ ଲାଗେ, ତେବେ ଜାଣିବେ ଯେ ଏହା ମଧୁମେହ, ଫୁସଫୁସ ସଂକ୍ରମଣ ଏବଂ ଆର୍ଥ୍ରାଇଟିସରେ ଆକ୍ରାନ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking