34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ

ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ

ମୁମ୍ବାଇ: ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ । ମହାରାଷ୍ଟ୍ରରେ ଜିବିଏସ ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମହାରାଷ୍ଟ୍ର ନାୟାର ହସ୍ପିଟାଲରେ ମୃତ୍ୟୁ ଘଟିଛି । ପୁଣେର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗୁଇଲେନ୍‌-ବେଆର ସିଣ୍ଡ୍ରୋମ୍ (ଜିବିଏସ) ରୋଗରେ ମୃତ୍ୟୁବରଣ କରିଥିବା ମହାରାଷ୍ଟ୍ର ଏହାର ପ୍ରଥମ ମାମଲା ଘୋଷଣା କରିଛି । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ପୁଣେର ଡିଏସକେ ବିଶ୍ୱା ଅଞ୍ଚଳରେ ରହୁଥିବା ବେଳେ ଗତ କିଛି ଦିନ ଧରି ଡାଇରିଆରେ ପୀଡିତ ଥିଲେ । ଏହାପରେ ନିଜର କିଛି କାମ ପାଇଁ ତାଙ୍କର ସୋଲାପୁର ଜିଲ୍ଲା ସ୍ଥିତ ଗାଁ ଯାଇଥିବା ବେଳେ ସେଠି ତାଙ୍କୁ ଦୁର୍ବଳ ଅନୁଭବ ହୋଇଥିଲା । ପରେ ତାଙ୍କୁ ସେଠିକା ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଜିବିଏସ ହୋଇଥିବା ଜଣାପଡିଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗୁଇଲେନ୍‌-ବେଆର ସିଣ୍ଡ୍ରୋମ୍ ଏକ ବିରଳ ଇମ୍ୟୁନୋଲୋଜିକାଲ୍ ସ୍ନାୟୁ ବ୍ୟାଧି ଯାହା ହଠାତ୍ ଶରୀରରେ ଶୂନ୍ୟତା ସୃଷ୍ଟି କରିବା ସହିତ ମାଂସପେଶୀଗୁଡିକୁ ଦୁର୍ବଳ କରିଦେଇଥାଏ । ଏହି ଅବସ୍ଥାରେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ସ୍ନାୟୁଗୁଡ଼ିକୁ ବିରୋଧ କରିଥାନ୍ତି । ଫଳରେ ବେଳେ ବେଳେ ସ୍ନାୟବିକ ସଂସ୍ଥା କାମ କରିବା ବନ୍ଦ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking