ଖୋର୍ଦ୍ଧା: ପିକ୍ଅପ୍ ପଛକୁ ପିଟିଲା ମୋ ବସ୍ ଫଳରେ ୧୦ ଜଣ ଆହତ ହୋଇଥିବା ସୂଚନା । ଏନ୍ଏଚ୍ ୧୬ ମକୁନ୍ଦପ୍ରସାଦ ନିକଟରେ ଏହିଭଳି ଅଭାବନୀୟ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ପିକ୍ଅପ୍ରେ ଥିବା ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।