30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ସଂଗ୍ରହାଳୟ ଧ୍ୱଂସ

ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ସଂଗ୍ରହାଳୟ ଧ୍ୱଂସ

କିଭ୍‌: ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧ ବର୍ଷରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନାମ ନେଉନାହିଁ । ଦିନକୁ ଦିନ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ଉଭୟ ଦେଶର ପାଖାପାଖି ଲକ୍ଷାଧିକ ସୈନିକଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ୟୁକ୍ରେନର ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଏକ ରୁଷୀୟ କ୍ଷେପଣାସ୍ତ୍ର ୟୁକ୍ରେନ ସହରରେ ଥିବା ଏକ ସଂଗ୍ରହାଳୟ ବିଲ୍ଡିଂକୁ ଧ୍ୱଂସ କରିଦେଇଛି ।

ଏଥିରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୟୁକ୍ରେନ ଅଧିକାରୀମାନଙ୍କ ସୂଚନା ମୁତାବକ, ରୁଷୀୟ ସେନା ସହରର କେନ୍ଦ୍ରଭାଗରେ ଥିବା ସ୍ଥାନୀୟ ଐତିହାସିକ ସଂଗ୍ରହାଳୟ ଉପରେ ଆକ୍ରମଣ କରିଛନ୍ତି । ଖାର୍କିଭ ଅଞ୍ଚଳରେ କୁପିୟାନସ୍କ ଉପରେ ଆକ୍ରମଣ କରିବା ପାଇଁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସାଇଟରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ବିଲ୍ଡିଂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି । ଭିଡିଓରେ ଜରୁରୀକାଳୀନ ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଥିବା ଦେଖାଯାଉଛି । ଭିଡିଓ ସେୟାର କରି ଜେଲେନସ୍କି ଲେଖିଛନ୍ତି, ‘ଆତଙ୍କବାଦୀ ଦେଶ ଆମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ପାଇଁ ସବୁକିଛି କରୁଛି’ । ସେପଟେ ଖାର୍କିଭ ପ୍ରଦେଶର ରାଜ୍ୟପାଳ ଓଲେହ ସିନିହୁବୋଭ କହିଛନ୍ତି ଯେ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଭଗ୍ନାବଶେଷ ମଧ୍ୟରେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking