ବାଲେଶ୍ୱର : ବାଲେଶ୍ୱରରେ ବୀଭତ୍ସ ହତ୍ୟା। ପ୍ରଥମେ ମୁଣ୍ଡକୁ ଗୁଳି ମାରିଲେ, ତା ପରେ ହାଣିିଲେ। ସକାଳୁ ସକାଳୁ ବାଲେଶ୍ୱର ସଦର ଥାନା କୁରୁଡ଼ା ଛକରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା ଜଗନ୍ନାଥପାଟଣାରେ ବିନୋଦ ବିହାରୀ ଦାସ ସକାଳ ପ୍ରାୟ ୯ଟା ବେଳେ କୁରୁଡ଼ା ଛକ ଦେଇ ଯାଉଥିବା ବେଳେ ଦୁଇ ଯୁବକ ବାଇକରେ ଆସି ଗୁଳିମାଡ଼ କରିଥିଲେ। ପ୍ରଥମେ ବିନୋଦଙ୍କ ମୁଣ୍ଡକୁ ଗୁଳିମାଡ଼ କରି ଭୁଜାଲିରେ ବାରମ୍ବାର ବେକକୁ ଚୋଟ ପକାଇଥିଲେ। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବିନୋଦଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି। କେଉଁ କାରଣରୁ ହତ୍ୟା ଘଟିଛି ତାହା ଜଣାପଡ଼ିନାହିଁ।