28.1 C
Bhubaneswar
Tuesday, April 28, 2026
Homeଓଡିଶାବରୀ ବ୍ଲକରେ ଖାଦ୍ୟ ଘୋଟାଲା  ଅଭିଯୋଗ

ବରୀ ବ୍ଲକରେ ଖାଦ୍ୟ ଘୋଟାଲା  ଅଭିଯୋଗ

ଯାଜପୁର: ବାତ୍ୟା ଦାନା ସମୟ ରେ ଯାଜପୁର   ବରୀ ବ୍ଲକ ର ବିଭିନ୍ନ ସ୍ଥାନରେ ଖାଦ୍ୟ ଘୋଟାଲା ହୋଇଥିବା ଅଭିଯୋଗ। ଏନେଇ ଯାଜପୁର ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ନବ ନିର୍ମାଣକୃଷକ ସଂଗଠନ। ଗତ ନଭେମ୍ବର ମାସରେ ବାତ୍ୟା “ଦାନା”ର ମୁକାବିଲା ପାଇଁ ବରୀ ବ୍ଲକ ର ୪୦ ଟି କେନ୍ଦ୍ର ରେ ବିପନ୍ନ ମାନଙ୍କୁ ଖାଦ୍ୟ ଯୋଗାଇବା ବାବଦକୁ ୧୮ ଲକ୍ଷ ରୁ ଉର୍ଦ୍ଧ୍ବ ଚଙ୍କା ବିନିଯୋଗ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଅର୍ଥର ଅସଦ ବ୍ୟବହାର ସହ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଣିଛି ନବ ନିର୍ମାଣ କୃଷକ ସଂଗଠନ। ଅନେକ ସ୍ଥାନର ଆଶ୍ରୟସ୍ଥଳୀ ର କ୍ଷୁଦ୍ର ପରିସର ରେ ଏତେ ଲୋକ କିପରି ଆଶ୍ରୟ ନେଲେ ପ୍ରଶ୍ନ କରିଛି ସଂଗଠନ। ସେହିପରି ବିଭିନ୍ନ ଆଭିଯୋଗ ନେଇ ରାଜ୍ୟ ସଂଯୋଜକ ନିମାଇଁ ରାୟ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking