31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାଲିବାନର ବଢ଼ୁଛି ବର୍ବରତା, ଗୀତ ବନ୍ଦ ନକରିବାରୁ ୧୩ ଜଣଙ୍କୁ ଗୁଳି କରି ହତ୍ୟା

ତାଲିବାନର ବଢ଼ୁଛି ବର୍ବରତା, ଗୀତ ବନ୍ଦ ନକରିବାରୁ ୧୩ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ତାଲିବାନ ଶାସନ ଆରମ୍ଭ ହୋଇଛି। ଏହି ଶାସନରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି। ଏଥି ସହିତ ଅନେକ ପ୍ରତିବନ୍ଧକ ଲଗାଯାଉଥିବା ବେଳେ ପ୍ରତ୍ୟେକଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି । ଏସବୁ ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ତାଲିବାନ ଉପରେ ଏକ ବଡ ଅଭିଯୋଗ କରିଛନ୍ତି । ନାଙ୍ଗରହର ପ୍ରଦେଶରେ ଏକ ବିବାହ ଉତ୍ସବରେ ଗୀତ ବନ୍ଦ କରିବାପାଇଁ ତାଲିବାନ ଆତଙ୍କବାଦୀମାନେ ୧୩ ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

ତାଲିବାନର କେତେକ କଟକଣାକୁ ଖାତିର ନକରି ଲୋକେ ଏକ ବିବାହ ଉତ୍ସବରେ ସମବେତ ହୋଇଥିବା ଏବଂ ପାରମ୍ପରିକ ସଙ୍ଗୀତ ଗାନ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବାର ଅମରୁଲ୍ଲା ସଲେହ କହିଛନ୍ତି । ଅନ୍ୟପଟେ ଅମରୁଲ୍ଲା କହିଛନ୍ତି, ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଧ୍ବଂସ କରିଦେବା ପାଇଁ ତାଲିମ ଦେଇଛି। ତେବେ ଖାଲି ନିନ୍ଦା କରିଦେଲେ ହେବନାହିଁ। ବିଦ୍ରୋହ କରିବା ଏକ ଜାତୀୟ ଆବଶ୍ୟକତା। ନିନ୍ଦା ଯଥେ‌ଷ୍ଟ ନୁହେଁ। ନିନ୍ଦା ଦ୍ବାରା ଆମେ ସ୍ବର ଉତ୍ତୋଳନ କରିପାରିବାନି ବୋଲି ସଲେହ କହିଛନ୍ତି। ତାଲିବାନର ଏହି ବର୍ବରତା ବିରୋଧରେ ବିଶ୍ବ ସମୁଦାୟ ମଧ୍ୟ ସ୍ବର ଉଠାଇବା ଜରୁରୀ ବୋଲି ସଲେହ କହିବା ସହ ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking