22.1 C
Bhubaneswar
Wednesday, January 22, 2025
Homeଓଡିଶାପୌର ନିର୍ବାଚନ : ୨୨ରୁ ୨୬ ମଦବିକ୍ରି ବନ୍ଦ

ପୌର ନିର୍ବାଚନ : ୨୨ରୁ ୨୬ ମଦବିକ୍ରି ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ ୨୨ ତାରିଖ ସନ୍ଧ୍ୟା ୫ଟାରେ ଅର୍ଥାତ୍ ମତଦାନ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ସରିବ ବୋଲି ରାଜ୍ୟ ନିର୍ବାଚନ କମିଶନ ପୂର୍ବରୁ ଜଣାଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲାଗି ସବୁ ପୁଲିଂ ଏରିଆରେ ୨୨ ତାରିଖରୁ ୨୬ ତାରିଖ ଯାଏ ମଦବିକ୍ରି ବନ୍ଦ ରହିବ । ଏନେଇ ରାଜ୍ୟ ଅବକାରୀ କମିସନର ଆଶିଷ ସିଂ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜରିଆରେ ଜଣାଇଛନ୍ତି । ୨୪ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ୨୬ ତାରିଖରେ ଗଣତି ହୋଇ ଫଳାଫଳ ବାହାରିବ । ଏଣୁ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ଯାଏ ଡ୍ରାଏ ଡେ ଘୋଷଣା କରାଯାଇଛି । ଅର୍ଥାତ୍ ଏହି ସମୟ ଅବଧି ଭିତରେ ଭୋଟ୍ ହେବାକୁଥିବା ସ୍ଥାନମାନଙ୍କରେ ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ୍ କରାଯିବ । କୌଣସି କାଉଣ୍ଟର, ବାର୍ ରେଷ୍ଟୁରାଣ୍ଟ୍ କି ହୋଟେଲରେ ମଦବିକ୍ରି କରାଯିବ ନାହିଁ । ସେହିଭଳି କେହି ବି ମଦ ଗଚ୍ଛିତ କରି ରଖିପାରିବେନି । ଯଦି କୌଣସି ସ୍ଥାନରେ ଚୋରା ମଦ କାରବାର ଘଟଣା ସାମ୍ନାକୁ ଆସେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଏହି ସମୟ ଅବଧିରେ ଅବକାରୀ, ପୁଲିସ ଏବଂ ଜଙ୍ଗଲ ବିଭାଗ ଦ୍ୱାରା ଘନ ଘନ ରେଡ୍ କରାଯିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯେଭଳି ସମସ୍ତ କଟକଣାର ଅନୁପାଳନ ସଠିକ ଭାବେ ହେବ, ତାହା ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ସୁନିଶ୍ଚିତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking