29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଚିନ୍ତା ବଢ଼ାଉଛି ‘ମମ୍ପସ୍’ ଭାଇରସ୍

ଚିନ୍ତା ବଢ଼ାଉଛି ‘ମମ୍ପସ୍’ ଭାଇରସ୍

ରାଜସ୍ଥାନ : ରାଜସ୍ଥାନରେ ଚିନ୍ତା ବଢ଼ାଉଛି ‘ମମ୍ପସ୍’ ଭାଇରସ୍ । ଏହି ଭୁତାଣୁର ନିୟନ୍ତ୍ରଣ କରିବା ରାଜସ୍ଥାନରେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏ ପର୍ଯ୍ୟନ୍ତ ଭୂତାଣୁ ନିୟନ୍ତ୍ରଣ ନିମନ୍ତେ କୌଣସି ଟିକା ଉପଲବ୍ଧ ହୋଇ ନଥିବାରୁ ଏହା ତୀବ୍ର ବ୍ୟାପିବାରେ ଲାଗିଛି। ଗାଇଡଲାଇନ ଅନୁଯାୟୀ, ରୋଗର ସଂସ୍ପର୍ଶରେ ଆସିବା ପରେ ୨ ରୁ ୩ ସପ୍ତାହ ମଧ୍ୟରେ ମମ୍ପସ୍ ରୋଗ ସଂକ୍ରମଣର ଲକ୍ଷଣ ଦେଖାଯାଏ ଏବଂ ରୋଗୀକୁ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ପ୍ରଭାବିତ କରେ । ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ଫ୍ଲୁ ଭଳି। ଏହି ରୋଗ ସଂକ୍ରମଣ କରିବା ଦ୍ୱାରା କାସ, ଛିଙ୍କ, ମୁଣ୍ଡ ବ୍ୟଥା ସହ ଜ୍ବର ଆସିଥାଏ । ଏଥିସହ କାନ ଆଖପାଖରେ ଫୁଲା ପଡିବା ସହ ଦରଜ ମଧ୍ଯ ହେଉଛି । ଏଣୁ ଏହାକୁ ସାଧାରଣ ଜ୍ବର ଭାବି ଅବହେଳା କଲେ ସଂକ୍ରମଣ ତୀବ୍ର ହେଉଛି I ଏହି ରୋଗ ହେତୁ ରୋଗୀର ସ୍ତନ, ମସ୍ତିଷ୍କ, ଅଗ୍ନାଶୟ ଏବଂ ମେରୁଦଣ୍ଡରେ ଫୁଲା ହୋଇପାରେ। ଏହା ସହିତ କେତେକ ବିରଳ କ୍ଷେତ୍ରରେ ବଧିରତା ମଧ୍ୟ ହୋଇପାରେ । ଏହିପରି ରୋଗୀଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା ଏବଂ ଘରେ ବିଶ୍ରାମ ନେବାକୁ ନିବେଦନ କରାଯାଇଛି। ଏହି ରୋଗ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking