ଦୁବାଇରେ ମୁମ୍ବାଇର ପଞ୍ଚମ ବିଜୟ

ଦୁବାଇ: ଦୁବାଇରେ ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହେଇଛି । ଦିଲ୍ଲୀକୁ ପାଞ୍ଚ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ହାତେଇ ରେକଡ଼ ସୃଷ୍ଟି କରିଛି । ଲଗାତର ୨୦୧୩,୨୦୧୫,୨୦୧୭,୨୦୧୯ ଚାମ୍ପିୟନ ହେଇଥିଲ । ଆଜି ଦୁବାଇରେ ହେଇଥିବା ମ୍ୟାଚରେ ଦିଲ୍ଲୀ ୧୫୬ ରନ କରି ମୁମ୍ବାଇକୁ ଚ୍ୟାଲେଞ୍ଜ କରିଥିଲ । ମୁମ୍ବାଇରୁ ଧୁଆଁଦାର ବ୍ୟାଟିଙ୍ଗ କରି ୧୮.୪ ଓଭରରେ ମାତ୍ର ୫ ୱିକେଟ ହରାଇ ୧୫୭ ରନରେ ବିଜୟ ହାସଲ କରିଛି । ଗତବର୍ଷ ଚେନାଇକୁ ୧ ରନରେ ପରାସ୍ତ କରି ବିଜୟୀ ହେଇଥିବା ବେଳେ ଏହି ବର୍ଷ ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ଦିଲ୍ଲୀକୁ ୫ ୱିକେଟ ହରାଇ ଟ୍ରଫି ହାସଲ କରିଛି ।

LEAVE A REPLY

Please enter your comment!
Please enter your name here