ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ମିଳିଲା ଆର୍ମ ଲାଇସେନ୍ସ। ହତ୍ୟା ଧମକ ମିଳିବା ପରେ ସଲମାନଙ୍କୁ ନିଜର ସୁରକ୍ଷା ପାଇଁ ଆର୍ମ ଲାଇସ ପ୍ରଦାନ କିଛି ମୁମ୍ବାଇ ପୋଲିସ। ମେ ୨୯ ରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ଜୁନ୍ ମାସରେ ସଲମାନ ଏବଂ ତାଙ୍କ ପିତାଙ୍କୁ ହତ୍ୟା ଧମକ ମିଳିଥିଲା। ଗତମାସରେ ସଲମାନ ଖାନ୍ ମୁମ୍ବାଇ କମିଶନରଙ୍କୁ ଭେଟିବା ପରେ ଆବଶ୍ୟକୀୟ ତଦନ୍ତ କରି ସଲମାନଙ୍କୁ ଏହି ଲାଇସେନ୍ସ ଦିଆଯାଇଛି।
ସଲମାନ ମୁମ୍ବାଇ ପୋଲିସ ମୁଖ୍ୟକାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସେ ତାଙ୍କ ନିଜର ସୁରକ୍ଷା ପାଇଁ ବନ୍ଦୁକ ରଖିବା ପାଇଁ ମୁମ୍ବାଇ ପୋଲିସକୁ ଅନୁମତି ଲୋଡିଥିଲେ। ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ନୋଇ ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିଲା। ଯିଏ ଏବେ ପୋଲିସ ହେପାଜତରେ ଅଛି। ସଲମାନଙ୍କ ପିତା ଏକ ଚିଠି ପାଇଥିଲେ ଯେଉଁଠାରେ ସେ ଦୈିନିକ ସକାଳୂ ବ୍ୟାୟାମ କରିବା ପରେ ବସିଥାନ୍ତି।