29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରାହୁଲଙ୍କ ବକ୍ତବ୍ୟକୁ କଡା ସମାଲୋଚନା କଲେ ସାଂସଦ ସ୍ମୃତି ଇରାନୀ

ରାହୁଲଙ୍କ ବକ୍ତବ୍ୟକୁ କଡା ସମାଲୋଚନା କଲେ ସାଂସଦ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡ଼ିଓ ବହୁମାତ୍ରାରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ସେ ଏକ ବକ୍ତବ୍ୟରେ କହିଥିଲେ ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି। ଉତ୍ତରପ୍ରଦେଶର ଭବିଷ୍ୟତ ଏବେ ଅନ୍ଧକାରମୟ । ରାହୁଲଙ୍କ ଏଭଳି ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଓ ଅମେଠିରୁ ସାଂସଦ ସ୍ମୃତି ଇରାନୀ ବିରକ୍ତି ପ୍ରକାଶ କରିଛନ୍ତି । ସେ ରାହୁଲଙ୍କ ଏଭଳି ବକ୍ତବ୍ୟକୁ କଟାକ୍ଷ କରି କହିଛନ୍ତି ଉତ୍ତରପ୍ରଦେଶର ଯୁବପିଢ଼ିଙ୍କୁ ଅପମାନିତ କରିବାର ତାଙ୍କର କୌଣସି ଅଧିକାର ନାହିଁ। ରାହୁଲ ତାଙ୍କର ଏଭଳି ବକ୍ତବ୍ୟ ପାଇଁ ସମସ୍ତଙ୍କୁ କ୍ଷମା ମାଗିବା କଥା। କିନ୍ତୁ ଆମେ ଏହା ଆଶା କରୁନାହୁଁ । କ୍ଷମା ସିଏ ମାଗେ ଯାହା ମଧ୍ୟରେ ଟିକିଏ ଲାଜ ଓ ସଂସ୍କାର ଥାଏ, ଯାହା ରାହୁଲଙ୍କ ପାଖରେ ନାହିଁ। ଆଉ ମଧ୍ୟ କହିଛନ୍ତି ସୋନିଆ ଗାନ୍ଧୀ ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ । ସୋନିଆ ଗାନ୍ଧୀଙ୍କୁ ମୋର ପରାମର୍ଶ ଯେ ଯଦି ସେ ନିଜ ପୁଅକୁ ଭଲ ସଂସ୍କାର ଦେଇ ପାରିଲେ ନାହିଁ, ତେବେ ଅନ୍ତତଃପକ୍ଷେ ତାଙ୍କୁ କୌଣସି ପ୍ରସଙ୍ଗ ଉପରେ ମନ୍ତବ୍ୟ ନଦେବାକୁ କୁହନ୍ତୁ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking