ଭୁବନେଶ୍ୱର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି । ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଗିରଫ ଦାବି କଲା ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ବୋଲି କହିଲେ ।
ଯୁବକଙ୍କୁ ହସ୍ପିଟାଲ ନ ନେଇ ସେଠାରୁ ପଳାଇବା ଅମାନବୀୟ କାମ । ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ବୋଲି ଦାବି କଲା ବିଜେପି ।