33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସାଂସଦ ବରୁଣ ଗାନ୍ଧୀଙ୍କ ଘୋଷଣା: ଅଗ୍ନିବୀରଙ୍କ ପାଇଁ ପେନ୍‌ସନ୍ ଛାଡ଼ିବାକୁ ପ୍ରସ୍ତୁତ

ସାଂସଦ ବରୁଣ ଗାନ୍ଧୀଙ୍କ ଘୋଷଣା: ଅଗ୍ନିବୀରଙ୍କ ପାଇଁ ପେନ୍‌ସନ୍ ଛାଡ଼ିବାକୁ ପ୍ରସ୍ତୁତ

ନୂଆଦିଲ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବରୁଣ ଗାନ୍ଧୀ ‘ଅଗ୍ନିପଥ ଯୋଜନା’କୁ ନେଇ ଶୁକ୍ରବାର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଅଗ୍ନିବୀରଙ୍କ ପାଇଁ ନିଜ ସାଂସଦ ପେନ୍‌ସନ୍ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହା ସହିତ ସେ ଅନ୍ୟ ନେତାମାନଙ୍କୁ ମଧ୍ୟ ଏହି ପଥ ଆପଣାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଯଦି ଦେଶର ରକ୍ଷା କରୁଥିବା ଅଗ୍ନିବୀର ପେନ୍‌ସନ୍‌ର ହକ୍‌ଦାର ନୁହନ୍ତି, ତେବେ ଜନପ୍ରତିନିଧି କିପରି ହୋଇପାରିବେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଚାରିବର୍ଷିଆ ନିଯୁକ୍ତି ଯୋଜନା ଅଗ୍ନିପଥକୁ ବରୁଣ ଗାନ୍ଧୀ ସମାଲୋଚନା କରିଆସୁଛନ୍ତି ।

ସେହିପରି ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାର ବିରୋଧ କରୁଛନ୍ତି । ଦେଶର ଅନେକ ଭାଗରେ ଯୋଜନା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ମଧ୍ୟ ଜାରିରହିଛି । ବରୁଣ ଟ୍ୱିଟ୍‌କରି ଲେଖିଛନ୍ତି, ‘ଦେଶର ଅଳ୍ପାବଧି ସେବା କରୁଥିବା ଅଗ୍ନିବୀର ପେନ୍‌ସନ୍‌ର ହକ୍‌ଦାର ହେଉନଥିବା ବେଳେ ଜନପ୍ରତିନିଧିଙ୍କ ପାଇଁ ଏହି ସୁବିଧା କାହିଁକି? ଦେଶରକ୍ଷକଙ୍କ ପେନ୍‌ସନ୍ ଅଧିକାରୀ ନାହିଁ ତ ମୁଁ ବି ନିଜ ପେନ୍‌ସନ୍ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । ଅଗ୍ନିବୀରଙ୍କ ପାଇଁ ପେନ୍‌ସନ୍ ସୁନିଶ୍ଚିତ କରିବା ନିମନ୍ତେ ଆମେ ସାଂସଦ/ବିଧାୟକ ନିଜ ପେନ୍‌ସନ୍ ତ୍ୟାଗ କରିପାରିବା ନାହିଁ?’ ଏହା ପୂର୍ବରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ଯୋଜନାକୁ ନେଇ ସେ କହିଥିଲେ, ଯେତେବେଳେ ଜଣେ ଯୁବକଙ୍କ ସ୍ୱପ୍ନର ମୃତ୍ୟୁ ଘଟିଥାଏ, ସେତେବେଳେ ପୂରା ଦେଶର ସ୍ୱପ୍ନ ମରିଯାଇଥାଏ । ଚାରିମାସରେ ପରେ ଅଗ୍ନିବୀରଙ୍କ ସମ୍ମାନଜନକ ପୁନର୍ବାସ ହୋଇପାରିବ? ମୋ ଅନୁସାରେ ସମାଜର ଶେଷ ବ୍ୟକ୍ତିଙ୍କ ସ୍ୱର ନଶୁଣିବା ପର୍ଯ୍ୟନ୍ତ କୌଣସି ଆଇନ ନହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking