32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପରମେଶ୍ୱରନ୍ ଆୟର୍ ନିତି ଆୟୋଗର ନୂଆ ସିଇଓ

ପରମେଶ୍ୱରନ୍ ଆୟର୍ ନିତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ: ପୂର୍ବତନ ପାନୀୟଜଳ ଓ ସ୍ୱଚ୍ଛତା ସଚିବ ପରମେଶ୍ୱରନ୍ ଆୟର୍‌ଙ୍କୁ ନିତି ଆୟୋଗର ନୂଆ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଗତବର୍ଷ ଜୁଲାଇରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଉତ୍ତର ପ୍ରଦେଶ କ୍ୟାଡର୍‌ର ୧୯୮୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଏବଂ ପ୍ରସିଦ୍ଧ ସ୍ୱଚ୍ଛତା ବିଶେଷଜ୍ଞ ଆୟର୍ ଅମିତାଭ କାନ୍ତଙ୍କ ସ୍ଥାନ ନେବେ । ଅମିତାଭ କାନ୍ତ ଆସନ୍ତା ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିବେ । ଅମିତାଭ କାନ୍ତଙ୍କ ପାଇଁ ଲାଗୁଥିବା ନିୟମ ଏବଂ ସର୍ତ୍ତ ଅନୁସାରେ ଆୟର୍‌ଙ୍କ ନିଯୁକ୍ତି କରାଯାଇଥିବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ।

ବିଶ୍ୱବ୍ୟାଙ୍କ ଜଳ ଏବଂ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାପାଇଁ ଶ୍ରୀ ଆୟର୍ ୧୭ ବର୍ଷ କାର୍ଯ୍ୟକାଳ ପରେ ୨୦୦୯ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ନବଗଠିତ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଥିବା ପାନୀୟଜଳ ଓ ସ୍ୱଚ୍ଛତା ବିଭାଗରେ ପରମେଶ୍ୱରନ୍ ଆୟର୍ ଭାରତ ସରକାରଙ୍କ ସଚିବ ଭାବେ କାର୍ଯ୍ୟ କରିଥିଲେ । ଦେଶକୁ ବାହ୍ୟ ମଳମୂତ୍ର ମୁକ୍ତ (ଓଡିଏଫ୍‌) କରିବାରେ ପରମେଶ୍ୱରନ୍ ଆୟର୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଶ୍ରୀ ଆୟର୍‌ଙ୍କ ଜଳ ଏବଂ ସ୍ୱଚ୍ଛତା ସମ୍ପର୍କରେ ୨୫ ବର୍ଷର ଗ୍ଲୋବାଲ୍ ଅନୁଭୂତି ରହିଛି । ସେ ଭିଏତ୍‌ନାମ, ଚୀନ୍ ସମେତ ଅନେକ ଦେଶରେ କାର୍ଯ୍ୟ କରିଛନ୍ତି । ସେ ଜାତିସଂଘରେ ଗ୍ରାମୀଣ ଜଳ ସ୍ୱଚ୍ଛତା ବିଶେଷଜ୍ଞ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking