26.1 C
Bhubaneswar
Sunday, May 3, 2026
Homeଓଡିଶାବିଜେପି ସରକାରରେ ନୂଆପଡାର ବିକାଶ ପାଇଁ "ମା ଓ ଭଉଣୀମାନେ" ପ୍ରମୁଖ ଅଂଶୀଦାର ସାଜିଛନ୍ତି: ସାଂସଦ

ବିଜେପି ସରକାରରେ ନୂଆପଡାର ବିକାଶ ପାଇଁ “ମା ଓ ଭଉଣୀମାନେ” ପ୍ରମୁଖ ଅଂଶୀଦାର ସାଜିଛନ୍ତି: ସାଂସଦ

ନୂଆପଡା / ଭୁବନେଶ୍ୱର: ବିଜେପିର ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାର ମା ଓ ଭଉଣୀମାନେ ଆଜି କେବଳ ‘ଲାଭାର୍ଥୀ’ ହୋଇନାହାନ୍ତି, ବରଂ ସେମାନେ ‘ଲକ୍ଷପତି’ ହୋଇପାରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସୁଭଦ୍ରା ଯୋଜନା ମାଧ୍ୟମରେ ସବୁ ମହିଳାମାନଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୫୦ ହଜାର ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି ଏବଂ ବର୍ତମାନ ସୁଦ୍ଧା ୩ଟି କିସ୍ତି ପ୍ରଦାନ ସରିଛି, ଏହା ସେମାନଙ୍କୁ ନିଜ ପସନ୍ଦରେ ଏବଂ ସମ୍ମାନ ସହ ବଞ୍ଚିବାର ଶକ୍ତି ଦେଉଛି। ସେହିପରି ଲକ୍ଷପତି ଦିଦି ଅଭିଯାନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମା ଓ ଭଉଣୀମାନେ ଆଜି ସଫଳ ଉଦ୍ୟୋଗୀ ପାଲଟିଛନ୍ତି, ଯାହା ସେମାନଙ୍କୁ ରୋଜଗାର ଓ ସ୍ୱାବଲମ୍ବନ ଦେଇଛି। ବିଜେପି ସରକାରରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ପାଖାପାଖି ୮୦ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରେ ସହାୟତା ପାଉଛନ୍ତି । ବର୍ତ୍ତମାନ ବିଜେପି ସରକାର ସୁଭଦ୍ରା ଯୋଜନା ପାଇଁ ନୂତନ ଆବେଦନପତ୍ର ଆହ୍ୱାନ କରିଛନ୍ତି, ଯାହା ନୂଆପଡ଼ା ଜିଲ୍ଲାର ଅଧିକ ବାସିନ୍ଦାଙ୍କ ପାଇଁ ସହାୟତାର ପରିସରକୁ ବଢ଼ାଇଛି। କୌଣସି ଯୋଗ୍ୟ ମା ଓ ଭଉଣୀ ବଂଚିତ ହେବେ ନାହିଁ, ତା ପାଇଁ ବିଜେପି ସରକାର ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବୀକା ଦେବୀ କହିଛନ୍ତି ।

୨୦୧୪ ମସିହାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ମହିଳା ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟ କରିବା ସହିତ ଅନେକ କଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ କରିଛନ୍ତି । ମହିଳାଙ୍କ ପାଇଁ ବାସଗୃହ ସହିତ ଉଜ୍ଜ୍ୱଳା ସିଲିଣ୍ଡରରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ, ବ୍ୟାଙ୍କ ଆକାଉଣ୍ଟରୁ ବ୍ୟବସାୟ ଋଣ ପର୍ଯ୍ୟନ୍ତ ସମସ୍ତ ଯୋଜନା କାର୍ଯ୍ୟକାରୀ କରି, ସେମାନେ ଯେ କେବଳ ହିତାଧିକାରୀ ନୁହେଁ ବରଂ ସେମାନେ ଏକ ନୂଆ ଓଡ଼ିଶାର ନିର୍ମାତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାଙ୍କ ନାମରେ ପକ୍କା ବାସଗୃହ ଆବଣ୍ଟନକୁ ପ୍ରାଥମିକତା ଦିଆଯାଉଛି । ସେହିପରି ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇଛି ବିଜେପି ସରକାର । ଖାଦ୍ୟ ସୁରକ୍ଷାରେ ୫ କେଜି ଚାଉଳ ପରିବର୍ତେ ୧୦ କେଜି ଚାଉଳ ଯୋଗାଇ ଦିଆଯାଉଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜେପି ପ୍ରତିଶ୍ରୁତିବଦ୍ଧ । ଆମ ବିଜେପି ସରକାର ନୂଆପଡ଼ାର ପ୍ରତ୍ୟେକ ମା’, ଭଉଣୀ ଏବଂ ଝିଅମାନଙ୍କ ସହିତ ରହିଛନ୍ତି ଏବଂ ସେମାନେ ନୁଆପଡାର ବିକାଶରେ ପ୍ରକୃତ ଅଂଶୀଦାର ସାଜିଛନ୍ତି ବୋଲି ଶ୍ରୀମତୀ ମାଳବୀକା ଦେବୀ କହିଛନ୍ତି ।

କଂଗ୍ରେସର ୪୫ ବର୍ଷ ଏବଂ ବିଜେଡିର ୨୪ ବର୍ଷର ପ୍ରତାରଣାର ଶିକାର ହୋଇଛନ୍ତି ନୂଆପଡାବାସୀ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ିକୁ ପ୍ରତ୍ୟାଖାନ କରିଥିବାବେଳେ, ପଡୋଶୀ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ନବୀନ ପଟନାୟକ ପ୍ରତ୍ୟାଖିତ ହୋଇଛନ୍ତି । ଅନ୍ୟପଟେ ମାତ୍ର ୧୬ ମାସର କାର୍ଯ୍ୟକୁ ନେଇ ଓଡିଶା ସମେତ ନୂଆପଡାବାସୀଙ୍କ ମଧ୍ୟରେ ବିଜେପି ପ୍ରତି ଆସ୍ଥା ବୃଦ୍ଧି ପାଇଛି । ଏଥର ନୂଆପଡାବାସୀ ଉଭୟ ବିଜେଡି ଓ କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଶ୍ରୀମତୀ ମାଳବୀକା ଦେବୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking