29.1 C
Bhubaneswar
Saturday, May 9, 2026
Homeଓଡିଶାପୋଖରୀକୁ ଡେଇଁ ଜୀବନ ହାରିଲେ ମାଆ ଓ ତିନି ପୁଅ

ପୋଖରୀକୁ ଡେଇଁ ଜୀବନ ହାରିଲେ ମାଆ ଓ ତିନି ପୁଅ

ନୂଆଦିଲ୍ଲୀ: ବିହାରର ସୀତାମଢ଼ିରେ ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ନିଜର ତିନି ନିରୀହ ପୁଅଙ୍କ ସହିତ ଏକ ପୋଖରୀକୁ ଡେଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି । ବେଲା ପୁଲିସ ଷ୍ଟେସନର ଶ୍ରୀରାମପୁର ଗ୍ରାମରେ ମଞ୍ଜୁ ଦେବୀ ତାଙ୍କ ତିନିଜଣ ପିଲାଙ୍କ ସହିତ ବାସବାସ କରୁଥିବା ବେଳେ ତାଙ୍କ ସ୍ୱାମୀ ଲୁଧିଆନାରେ ରୁହନ୍ତି ।

ସେଠାରେ ସେ ଏକ ଘରୋଇ କାରଖାନାରେ କାମ କରନ୍ତି । ମୃତକ ମଞ୍ଜୁ ଦେବୀଙ୍କ ବାପା ଠାଗା ସାହା ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ଗତକାଲି ରାତିରେ ମୋ ଝିଅର ନଣନ୍ଦଙ୍କ ସ୍ୱାମୀ ଘରେ ମଦ ପିଇ ବାନ୍ତି କରିଥିଲେ । ଏମିତି ସେ କ୍ରମାଗତ ଭାବେ କରି ଆସୁଥିବାରୁ ଝିଅ ମଞ୍ଜୁ ଜ୍ୱାଇଁଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା ।

ପୂର୍ବରୁ ବି ଜ୍ୱାଇଁ ମୋ ଝିଅ ମଞ୍ଜୁକୁ ଗାଳିଗୁଲଜ କରନ୍ତି ତାର କେ?ଣସି କଥା ଶୁଣନ୍ତି ନାହିଁ । ଗତକାଲି ରାତିରେ ଜ୍ୱାଇଁ କରିଥିବା ଗାଳିକୁ ଝିଅ ଆଉ ସହ୍ୟ କରି ପାରିଲା ନାହିଁ । ସେ ପ୍ରଥମେ ଘରେ ନିଆଁ ଲଗାଇ ଦେଇଥିଲା । ତା’ପରେ ଘର ନିକଟସ୍ଥ ପୋଖରୀକୁ ଯାଇ ତିନି ପୁଅଙ୍କୁ ଧରି ସେ ଜୀବନ ହାରି ଦେଇଥିଲା । ଗ୍ରାମବାସୀ ଆମକୁ ଖବର ଦେବାରୁ ମୁଁ ଓ ମଞ୍ଜୁଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲୁ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ପୋଖରୀ ଭିତରୁ ମା’ ଓ ତାର ତିନି ଛୁଆଙ୍କୁ ଉଦ୍ଧାର କରାଯାଇଥିଲେ ହେଁ କେହି ହେଲେ ଜୀବିତ ନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking