ଭୁବନେଶ୍ୱର: ଲକଡାଉନ୍ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକଡାଉନ୍ର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି।
ତେଣୁ ଲକଡାଉନ ବେଳେ ୱାକିଂ, ସାଇକ୍ଲିଂ ନକରିବାକୁ କହିଛନ୍ତି ସିପି। ସେପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ସେ କହିଛନ୍ତି ଯେ, କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ବି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।