32.8 C
Bhubaneswar
Tuesday, April 16, 2024
Homeଓଡିଶାଦୈତ୍ୟ ନଗରୀରେ ବର୍ଷା

ଦୈତ୍ୟ ନଗରୀରେ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସକ୍ରିୟ ରହିଛି । ଆଗାମୀ ଘଣ୍ଟାଏ ଯାଏ କଟକ ଓ ଭୁବନେଶ୍ୱରରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା ପବନ । ଘଡ଼ଘଡ଼ି ବି ମାରିବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଟୁଇନି ସିଟିର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଛି ।

ଏହି ସମୟରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବି ବହିପାରେ । କାଳବୈଶାଖୀର ପ୍ରଭାବ ମଧ୍ୟରୁ ପ୍ରବଳ ହୋଇପାରେ । ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଘରୁ ନବାହାରିବା ପାଇଁ ଭୁବନେଶ୍ୱର ଓ କଟକ ସହରାଞ୍ଚଳ ବାସିନ୍ଦାଙ୍କୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking