ମୟୂରଭଞ୍ଜ: ୩୬କେଜି ଗଞ୍ଜେଇ ସହ ଚୋରା ଗଞ୍ଜେଇ ବେପାରୀ ଗିରଫ। ନିଜ ଘରେ ବିପୁଳ ପରିମାଣର ଗଞ୍ଜେଇ ରଖି ଚଳାଇ ଥିଲା ବ୍ୟବସାୟ। କୌଣସି ସୂତ୍ରରୁ ଖବରପାଇ ବ୍ୟବସାୟୀଙ୍କ ବାସଭବନରେ ଅଚାନକ ଚଡାଉ କରିଥିଲା ଅବକାରୀ ବିଭାଗ। ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଅବକାରୀ ଥାନା ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳର। ଘଟଣାରୁ ପ୍ରକାଶ, କୁଳିଅଣା ଅବକାରୀ ଥାନା ଅନ୍ତର୍ଗତ ଗାଙ୍ଗ୍ରାଜ୍ ଅଞ୍ଚଳର ଗଜେନ୍ଦ୍ର ସିଂ(୪୦) ଘରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖି ବ୍ୟବସାୟ ଚଳାଇଛନ୍ତି ବୋଲି କୌଣସି ସୂତ୍ରରୁ ଖବରପାଇ ଥିଲା ଅବକାରୀ ବିଭାଗ। ଖବର ଆଧାରରେ ଚଢଉ କରାଯାଇ ସମ୍ପୃକ୍ତ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ଘରୁ ୧ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ୩୬ କିଲୋ ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତ ଗଜେନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୪୩/୨୦-୨୧ ନଂ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ତେବେ ଅବକାରୀ ସ୍କ୍ବାର୍ଡ ଇନ୍ସପେକ୍ଟର ବିକାଶ ଟୋପୋଙ୍କ ନିର୍ଦ୍ଦେଶରେ କୁଳିଅଣା ଅବକାରୀ ଥାନା ସବଇନ୍ସପେକ୍ଟର ମଞ୍ଜୁଲତା ରାଉତ ଚଢ଼ାଉ କରିଥିଲା ବେଳେ ଏଏସଆଇ ସୁଧାଂଶୁ ବେହେରାଙ୍କ ସହ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ ।