28.1 C
Bhubaneswar
Friday, March 29, 2024
Homeଓଡିଶାଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର ଦର୍ଶନ

ଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର ଦର୍ଶନ

କେନ୍ଦୁଝର: ଦିନକୁ ଦିନ କରୋନା ମହାମାରୀ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ପ୍ରଶାସନ ମଧ୍ୟ ସଜାଗ ରହିଛି । ଆଗାମୀ ଚାରି ମାସ ଶୀତ ଋତୁ ର ପ୍ରଭାବ ସାରା ଦେଶରେ ଅନୁଭୁତ ହେବ । ଏହି ଶୀତ ଋତୁରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ନେଇ ପ୍ରଶାସନ ଆଶଙ୍କା କରୁଛି । ଏହି ଆଶଙ୍କାଙ୍କୁ ଦେଖି ଲକଡାଉନ ସମୟରୁ ଯେଉଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇ ଥିଲା ତାହା ଉପରେ କାୟମ ରହିଛି ଜିଲ୍ଲା ପ୍ରଶାସନ । ଏହି ଆଶଙ୍କା କୁ ଦେଖି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ମନ୍ଦିର ପ୍ରବେଶ ନେଇ ଜିଲ୍ଲା ପ୍ରଶାସନ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ନଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି କାଳି ପୂଜା ଓ ଏହା ସହ ସହରରେ ଅନୁଷ୍ଠିତ ମେଳା କୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking