29.4 C
Bhubaneswar
Saturday, May 4, 2024
Homeକରୋନାଏବେ ବାହାଘରରେ ଯୋଗ ଦେଇପାରିବେ ଶହେରୁ ଅଧିକ

ଏବେ ବାହାଘରରେ ଯୋଗ ଦେଇପାରିବେ ଶହେରୁ ଅଧିକ

ନୂଆଦିଲ୍ଲୀ : ବାହାଘର ଉପରୁ କଟକଣା ହଟାଇଛନ୍ତି ଉତ୍ତର ପ୍ରଦେଶ ସରକାର। କରୋନା ମହାକାରୀ ପାଇଁ ସାଧାରଣଙ୍କ ଜନତାଙ୍କ ସ୍ଵାର୍ଥକୁ ଆଖିଆଗରେ ରଖି ବାହାଘର ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଆଣିଥିଲେ ଉତ୍ତର ପ୍ରଦେଶ ସରକାର। ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ସରକାର କଟକଣା ଆଣିଥିଲେ। ତେବେ କରୋନାନା ମହାମାରୀରେ ସାମାନ୍ୟ ସୁଧାର ଆସିବାରୁ ଏସବୁ ଉପରୁ କଟକଣା ହଟାଇଛନ୍ତି ସରକାର। ଶହେ ଜଣିଆ ନିୟମକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଏବେ ଶହେରୁ ଅଧିକ ଲୋକ ବାହାଘର ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ। ହେଲେ କୋଭିଡ ନିୟମ ପାଳନ କରିବାକୁ ସରକାରଙ୍କର ପୁରା ନିର୍ଦ୍ଧେଶ ରହିଛି ।ଏନେଇ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶର ଅତିରିକ୍ତ ଗୃହ ସଚିବ ଅବିନାଶ ଅବସ୍ତୀ

ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ଦେଇଛନ୍ତି । ଦୁର୍ଗାପୂଜା ଓ ରାମଲୀଲା ମୋର୍ଚ୍ଚା ପାଇଁ ସରକାର ପେଣ୍ଡାଲ ତିଆରି କରିବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ହେଲେ ଏହାଦ୍ୱାରା ଯେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପାରମ୍ପରିକ ପଦ୍ଧତିରେ ମୂର୍ତ୍ତି ତିଆରି କରିବାକୁ କୁହାଯାଇଥିଲେ ହେଁ ଏହାକୁ ଯଥା ସମ୍ଭବ ଛୋଟ ରଖିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking