38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବାହା ହେବା ପାଇଁ ପଡ଼ିଲା ଲଟେରୀ, ଶେଷରେ....

ବାହା ହେବା ପାଇଁ ପଡ଼ିଲା ଲଟେରୀ, ଶେଷରେ….

ଲକ୍ଷ୍ନୌ : ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ଘଟଣା ସାମ୍ନାକୁ ଆସୁଛି । ଏପରି ଏକ ମାମଲା ଉତ୍ତରପ୍ରଦେଶର ଆମ୍ବେଦକର ଜିଲ୍ଲାରୁ ଆସିଛି । ଯେଉଁଠାରେ ଗୋଟିଏ ଝିଅକୁ ବାହାହେବା ପାଇଁ ଇଛୁକ ଥିବା ୪ ଯୁବକଙ୍କୁ ନେଇ ପଞ୍ଚାୟତ ବସିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ସମୟରେ ବାହାଘରକୁ ନେଇ ଲଟେରୀର ବ୍ୟବସ୍ଥା ହୋଇଥିଲା । ତେବେ ଯୁବତୀ ଜଣେ ନୁହେଁ ବରଂ ୪ ଯୁବକଙ୍କ ସହ ଘରୁ ପଳାଇଆସିଥିଲେ । ଯୁବତୀଙ୍କୁ ଜଣାନାହିଁ କି, ସେ କେଉଁ ଯୁବକଙ୍କୁ ଅଧିକ ପ୍ରେମ କରୁଛନ୍ତି ଓ କାହା ସହିତ ସେ ବାହା ହେବେ । ୪ ଜଣ ଯୁବକ ଯୁବତୀଙ୍କୁ ନେଇ ନିଜର ସମ୍ପର୍କୀୟଙ୍କ ପାଖରେ ଲୁଚାଇ ରଖିଥିଲେ । କିନ୍ତୁ ଖୋଳତାଡ଼ ପରେ ସମସ୍ତେ ଧରା ପଡିଥିଲେ । ଧରାପଡିବା ପରେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିବାକୁ ଯାଉଥିଲେ । କିନ୍ତୁ ସେତେବେଳେ ପଞ୍ଚାୟତ ଏହି ମାମଲାରେ ବାହାଘରର ପ୍ରସ୍ତାବ ରଖିଥିଲା । ପଞ୍ଚାୟତରେ ଯେତେବେଳେ ଝିଅକୁ ପଚରାଯାଇଥିଲା କି ସେ କେଉଁ ଯୁବକଙ୍କୁ ବାହାହେବାକୁ ଚାହୁଁଛନ୍ତି, ସେବେ ସେ କିଛି ଉତ୍ତର ଦେଇପାରି ନଥିଲେ । ଏହାପରେ ବାହାଘରକୁ ନେଇ ଆସିଥିଲା ଏକ ଅଜବ ନିଷ୍ପତ୍ତି । ବାହାଘରକୁ ନେଇ ଲଟେରୀର ବ୍ୟବସ୍ଥା ହୋଇଥିଲା । ଅର୍ଥାତ୍ ଯୁବତୀ ସେହି ଯୁବକଙ୍କୁ ବାହାହେବେ, ଯାହାର ନାଁ ସିପ୍ଲରେ ଆସିବ । ସୂଚନାଯୋଗ୍ୟ, ପଞ୍ଚାୟତର ନିଷ୍ପତ୍ତି ପରେ ଚାରି ପୁଅଙ୍କ ନାମରେ ଏକ ସ୍ଲିପ୍ ତିଆରି କରାଯାଇ ଏକ ପାତ୍ରରେ ରଖାଯାଇଥିଲା । ତା’ପରେ ପଞ୍ଚାୟତ ପକ୍ଷରୁ ଏକ ଶିଶୁ ସ୍ଲିପ୍ ଉଠାଇଥିଲା । ଶେଷରେ ସିପ୍ଲରେ ଆସିଥିବା ଯୁବକଙ୍କ ସହିତ ଯୁବତୀଙ୍କ ବାହାଘର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking